୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି , ଜାଣନ୍ତୁ କେଉଁଠୁ କିଏ ?
ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଚନ୍ଦ୍ର ଜେନା, ବାରବାଟୀ କଟକରୁ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣ ବିଜୁଳିଙ୍କୁ ଦଳ ଟିକେଟ୍ ଦେଇଛି। ତେବେ ଘସିପୁରାରୁ ଭାଜପା ଟିକେଟ୍ରେ ସୌମ୍ୟ ପଟ୍ଟନାୟକ ଲଢିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଘସିପୁରାରୁ ଶମ୍ବୁନାଥ ରାଉତଙ୍କୁ ପ୍ରାର୍ଥୀ କରିଛି।