ବଲିଉଡ ଚଳଚ୍ଚିତ୍ର “ଲୋହିତାକ୍ଷ” ର ଟ୍ରେଲର ରିଲିଜ୍*
ଗଣ ବିକାଶ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହିନ୍ଦୀ ଚଳଚ୍ଚିତ୍ର *ଲୋହିତାକ୍ଷ* ର ଟ୍ରେଲର ରିଲିଜ୍ ହୋଇଛି l ଭୂପିନ୍ଦରଙ୍କ ସମେତ ତାଙ୍କ ପିଲା ଦିନର ସାଙ୍ଗ ସନ୍ଦୀପ ଅଗ୍ରୱାଲ, ବବି ମିଶ୍ର, ଜୀବନ ପଣ୍ଡା, ନିଶାନ୍ତ ମଜିଠିଆ, ମୋହନ ମଜିଠିଆ, ସୁମନ ମହାରଣା, ଗୌରବ ମହାନ୍ତି, ସୃତି ଶୁଭଶ୍ରୀ, କଣ୍ଠଶିଳ୍ପୀ ଅମ୍ରିତା ଭାରତୀ ଏବଂ ସ୍ବର୍ଗତ ଅଭିଜିତ ମଜୁମଦାରଙ୍କ ଧର୍ମପତ୍ନୀ
ରଞ୍ଜିତା ମଜୁମଦାର ଯୋଗଦେଇଥିଲେ l ଟ୍ରେଲର ଦେଖି ସମସ୍ତେ ଅନେକ ପ୍ରଶଂସା କରିଥିଲେ l ଭୂପିନ୍ଦରଙ୍କର ପିଲାଦିନର ସାଙ୍ଗ ଏହି ଟ୍ରେଲର ରିଲିଜ୍ ଉତ୍ସବ ପାଇଁ ପ୍ରୋତ୍ସାହିତ କରିଥିଲେ l ବିନା ଡୋର ଦ୍ୱାରା ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମ ହୋଇଥିଲା l
ଫିଲ୍ମର ପ୍ରମୋସନ ପାଇଁ ଏକ ଶହରୁ ଉର୍ଦ୍ଧ୍ୱ ଇନଫ୍ଲୁଏନ୍ସର ଏକତ୍ରିତ ହୋଇଥିଲେ l
ମର୍ଡର ମିଷ୍ଟ୍ରି ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ରଚନା, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଭୂପିନ୍ଦର l ଆଙ୍କରିଂ ରୁ କ୍ୟାରିୟର ଆରମ୍ଭ କରିଥିବା ଭୂପିନ୍ଦର ଆଜି ବଲିଉଡ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ଉଭା ହୋଇଛନ୍ତି l ଅନେକ ହିଟ୍ ମ୍ୟୁଜିକ୍ ଭିଡିଓ ଓ ଚଳଚ୍ଚିତ୍ରର ନାୟକ ଭୂପିନ୍ଦର ଶୁଭ ବିବାହ, ଜଗୁ ଅଟୋ ବାଲା ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ପରେ ଏବେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି l ତାଙ୍କ କ୍ୟାରିୟରର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ବଲିଉଡର ବହୁତ ବଡ଼ ବଡ଼ ଆର୍ଟିଷ୍ଟମାନଙ୍କୁ ନେଇ ଏକ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି l ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ମହାନ କଳାକାର ପୁନିତ ଇଶାରଙ୍କ ସୁପୁତ୍ର ସିଦ୍ଧାନ୍ତଙ୍କୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଏଣ୍ଟ୍ରି ଦେଇଛନ୍ତି l ତାଙ୍କ ସହିତ ବଲିଉଡ ଅଭିନେତ୍ରୀ ଅପସରା, ବଲିଉଡ କଳାକାର କମଲେଶ ସାୱନ୍ତ, ସୁକୁମାର ଟୁଡୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ସେମାନଙ୍କ ବ୍ୟତୀତ ଓଲିଉଡ଼ରୁ ବବି ମିଶ୍ର, ଭୂପିନ୍ଦର, ଗୌରବ ମହାନ୍ତି, ଦିପେଶ, ଜୀବନ ପଣ୍ଡା, ମୋହନ ମଜିଠିଆ, ସୁଶାନ୍ତ ଦାସ ମହାପାତ୍ର, ଦୀପାଳି, ଶ୍ରୁତି ଶୁଭଶ୍ରୀ, ସୁମନ ମହାରଣା ପ୍ରମୁଖ ଅଭିନୟ କରିଛନ୍ତି l
ଲୋହିତାକ୍ଷ ଚଳଚ୍ଚିତ୍ରର କାହାଣୀ ଦୀପାଳି ଦେବସ୍ମିତା ଦାଶ ଲେଖିଥିବା ବେଳେ ଚିତ୍ରନାଟ୍ୟ, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଭୂପିନ୍ଦର l ସଂଳାପ ରଚନା କରିଛନ୍ତି ନିଶାନ୍ତ ମଜିଠିଆ l
ଏହି ଚଳଚ୍ଚିତ୍ରର ଚିତ୍ରତ୍ତୋଳନ କରିଛନ୍ତି ସାରଦା କୃଷ୍ଣ ସାହୁ ଏବଂ ସମ୍ପାଦନା ମାନସ କୁମାର ସାହୁ l
ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବର୍ଗତ ଅଭିଜିତ ମଜୁମଦାର l
ପ୍ରଥମଥର ପାଇଁ ଲୋହିତାକ୍ଷର ଥିମ୍ ଗୀତ କମ୍ପୋଜ କରିଛନ୍ତି ଅଭିଜିତ ତ୍ରିପାଠୀ l ତାଙ୍କ ସହିତ ନବ୍ସ ଏବଂ ସରୋଜ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ସଞ୍ଜୟ ମହାକୁଡ଼ କାର୍ଯ୍ୟକାରୀ ଭାବେ କାର୍ଯ୍ୟ କରିଛନ୍ତି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି l କାହାଣୀ କଟକ ମାଟିର ହୋଇଥିବା ବେଳେ ଫିଲ୍ମର ସମସ୍ତ ଦୃଶ୍ୟ ଓଡିଶାରେ ସୁଟିଂ ହୋଇଛି l ଏହି ଫିଲ୍ମ ମାଧ୍ୟମରେ ଅନେକ ସାମାଜିକ ବାର୍ତ୍ତା ରହିଛି l
ଓଡିଆ ଇଣ୍ଡଷ୍ଟ୍ରିରୁ କ୍ୟାରିୟର ଗଢ଼ିଥିବା ଭୂପିନ୍ଦର, ପ୍ରଥମ ନିର୍ଦ୍ଦେଶନା ଏକ ବଲିଉଡ ସିନେମାରୁ ଆରମ୍ଭ କରିଛନ୍ତି l ତେବେ ପ୍ରଭୁ ଜଗନ୍ନାଥ ଏବଂ ସ୍ବର୍ଗତ ବାପା ମାଆଙ୍କର ଆଶୀର୍ବାଦରୁ ଓଲିଉଡ଼ରୁ ବଲିଉଡକୁ ପହଞ୍ଚିଥିବା ଗଣମାଧ୍ୟମ ଆଗରେ ଭୂପିନ୍ଦର ପ୍ରକାଶ କରିଛନ୍ତି l
ଏବେ ବଲିଉଡ ଦେଖିବ ଓଲିଉଡ଼ର କାହାଣୀ l ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଲିଉଡ଼ର ଜଣେ କଳାକାର ବଲିଉଡ ସିନେମା ତିଆରି କରି ଓଡ଼ିଆ ଦର୍ଶକଙ୍କୁ ଦେଖିବାକୁ ସୁଯୋଗ ଆଣିଛନ୍ତି l ସବୁଠୁ ବଡ଼ କଥା ହେଲା ଅନେକ ଓଡ଼ିଆଙ୍କୁ ବଲିଉଡରେ ପହଞ୍ଚାଇବା ପାଇଁ ସେ ଏକ ବଡ଼ ପ୍ରୟାସ କରିଛନ୍ତି l
ତେବେ ଭୂପିନ୍ଦର ଙ୍କର ଏହି ପ୍ରୟାସକୁ ସର୍ବଭାରତୀୟ ସ୍ତରରେ ସମସ୍ତେ ଢେର ଭଲ ପାଇବା ଦେବେ ବୋଲି ଭୂପିନ୍ଦର ଆଶାବାଦୀ ଅଛନ୍ତି l ଆସନ୍ତା ନଭେମ୍ବର ମାସରେ ସାରା ଭାରତରେ ମୁକ୍ତିଲାଭ କରିବ ବୋଲି ଭୂପିନ୍ଦର ସୂଚନା ଦେଇଛନ୍ତି l ଭୂପିନ୍ଦର ଙ୍କର ଏହି ବଡ଼ ପ୍ରୟାସ ପାଇଁ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଛି l