ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଝଟକା, ଟିକେଟ ଫେରାଇ ଦେଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଝଟକା। ଟିକେଟ ଫେରାଇ ଦେଇଛନ୍ତି ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ AICCକୁ ଜଣାଇଛନ୍ତି।
ସେ ମେଲରେ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ପାଇଁ ପାର୍ଟି ଫଣ୍ଡିଂ କଲା ନାହିଁ। ବିନା ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଓ ନିର୍ବାଚନ ଲଢ଼ିବା ସହଜ ନୁହେଁ। ବିନା ପାର୍ଟି ଫଣ୍ଡିଂରେ ପୁରୀ ଭଳି ସଂସଦୀୟ କ୍ଷେତ୍ରରେ ଲଢ଼ିବା କଷ୍ଟକର।
ଦଳ ପକ୍ଷରୁ ମୋତେ ନିଜସ୍ୱ ଟଙ୍କାରେ ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା। ମୁଁ ନିଜର ସମର୍ଥ ଅନୁସାରେ କ୍ୟାମ୍ପେନିଂ କରିବା ସହ ଫଣ୍ଡ ଯୋଗାଡ କରିବା ପାଇଁ ଚେଷ୍ଟା କରିଥିଲି। ବର୍ତ୍ତମାନ ସମୟରେ ତାହା ସମ୍ଭବପର ହେଲା ନାହିଁ। ଏଥିପାଇଁ ମୁଁ ଟିକେଟ ଫେରାଇ ଦେଇଛି।
ପୁରୀ ଲୋକସଭା ଅଧୀନରେ ଥିବା ୭ଟିଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମୁଁ ଅନୁରୋଧ କରିଥିଲି। କିନ୍ତୁ ପରିବର୍ତ୍ତନ କରାଯାଇନଥିବା ସୁଚରିତା ମହାନ୍ତି କହିଛନ୍ତି।