ଜଙ୍ଗଲ ନିଆଁ ନେଲା ୫ ଜୀବନ

0

ଜଳୁଛି ଜଙ୍ଗଲ। ଦିନକୁ ଦିନ ବ୍ୟାପିବାରେ ଲାଗିଛି ଏହି ନିଆଁ। ନିଆଁ ଆଁରେ ଗଲାଣି ଲୋକଙ୍କ ଜୀବନ। ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲ୍ଲାରେ ଜଙ୍ଗଲ ଜଳୁଛି। ଆଲମୋରା ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ୧୦ଟି ଜଙ୍ଗଲରେ ନିଆଁ ଲାଗିଥିବାର କୁହାଯାଉଛି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ରବିବାର ମୁଖ୍ୟ ସଚିବ ରାଧା ରତୁଡିଙ୍କୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନୋଟିସ ଦେଇ ଏକ ସପ୍ତାହ ଯାଏଁ ଜଙ୍ଗଲ ନିଆଁ ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ସେପଟେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.