ଦିନରେ ସ୍ୱପ୍ନ ଦେଖୁଛି ବିଜେପି; ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋଦୀ, ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଡବଲ ଇଞ୍ଜିନ୍ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜରିଆରେ ନବୀନ କହିଛନ୍ତି, କିଛି ଦିନ ହେବ ଦିନରେ ସ୍ୱପ୍ନ ଦେଖୁଛି ବିଜେପି ।

ତେବେ ନବୀନଙ୍କ ଏହି ଭିଡିଓଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଭବାନୀପାଟଣାରୁ ଖରିଆର ଯିବା ରାସ୍ତାରେ ଏହି ଭିଡିଓ କରାଯାଇଥିବା ଜଣାପଡିଛି । ମାତ୍ର କିଛି ସମୟ ଭିତରେ ହଜାର ହଜାର ଲୋକ ଏହି ଭିଡିଓକୁ ଲାଇକ୍ କରିଥିବାବେଳେ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.