ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

0

ଭୁବନେଶ୍ୱର (ଆମ ଟିଭି): ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି, ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି । ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ପକ୍ଷରୁ ବାରମ୍ବାର ଗୋଟିଏ କଥା କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଛନ୍ତି । ବିଜେପି ସବୁବେଳେ ବିକାଶର ରାଜନୀତି କରିଛି । ବିକାଶମୂଳକ କାମକୁ କେବେ ବିଜେପି ବିରୋଧ କରିନି । କିନ୍ତୁ ବିକାଶମୂଳକ କାମର ତରିକାକୁ ବିଜେପି ବିରୋଧ କରୁଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪୨୦୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି । ଦକ୍ଷିଣ ଭାରତୀୟ ସଂସ୍ଥା ଭୂମିପୁତ୍ରକୁ ଏହି ପ୍ରକଳ୍ପର ଡିଜାଇନ କରିବାକୁ ଦିଆଯାଇଥିଲା । ସାନବାବୁଙ୍କୁ ପ୍ରଶ୍ନ, ଭୂମିପୁତ୍ରକୁ କେଉଁ ପରିପ୍ରେକ୍ଷୀରେ ଏହି ପ୍ରକଳ୍ପର ଡିଜାଇନ ଦିଆଗଲା । ରାଜ୍ୟ ସରକାରଙ୍କୁ ପ୍ରଶ୍ନ, ଏଏସଆଇ ଓ ଏନଏମଏର ଗାଇଡଲାଇନ ବାହାରେ କାମ କାହିଁକି ହେଉଥିଲା । ୧୦୦ ମିଟର ଭିତରେ କାମ କରିବାକୁ ଆମେ ବିରୋଧ କରିଥିଲୁ । ପୁରୀ ମନ୍ଦିରର ସୁରକ୍ଷା ପାଇଁ ବିଜେପି କହିଥିଲା । ପରବର୍ତ୍ତୀ ସମୟରେ ଡିପିଆରକୁ ବଦଳା ଯାଇଥିଲା । କିନ୍ତୁ ପ୍ରକଳ୍ପ ଆରମ୍ଭରୁ ଯେଉଁ ଡିପିଆର ପ୍ରସ୍ତୁତ ହୋଇଥିଲା ସେଥିରେ କାହିଁକି ମନ୍ଦିରର ସୁରକ୍ଷାକୁ କାହିଁକି ଦୃଷ୍ଟି ଦିଆଯାଇନଥିଲା ।

୧୪୦୦ କୋଟି ଟଙ୍କାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲା । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ ହେଲା । ଭୁଲ ଡିପିଆର କାହିଁକି ତିଆରି ହୋଇଥିଲା । ରାଜ୍ୟ ସରକାରକୁ ପ୍ରଶ୍ନ, ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠକୁ ଭାଙ୍ଗି ଦେଇଛନ୍ତି । ଏହା ଆମ ସଂସ୍କତି ଓ ପରମ୍ପରାର ପ୍ରତୀକ । କିନ୍ତୁ ଏହାକୁ ଭାଙ୍ଗି ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ପ୍ରହାର କରିଛନ୍ତି ।

Leave A Reply

Your email address will not be published.