ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ

0

ନୂଆଦିଲ୍ଲୀ (ଆମ ଟିଭି): ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସୁଶୀଲ ମୋଦୀ । ମୃତ୍ୟ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସୁଶୀଲ ମୋଦୀ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ମାସେ ହେବ ଆଇସିୟୁରେ ଭର୍ତି ହୋଇଥିଲେ ।

ଅସୁସ୍ଥତା ପାଇଁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ସେ ବିହାର ବିଜେପିର ପ୍ରମୁଖ ଚେହେରା ଥିଲେ । ତିନି ଦଶନ୍ଧି ଧରି ଦଳ ସହ ଯୋଡି ହୋଇଥିଲେ । ୨୦୦୫ ଏବଂ ୨୦୧୧ରେ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ । ସୁଶୀଲ ମୋଦୀଙ୍କ ବିୟୋଗରେ ବିଜେପିର ବରିଷ୍ଠ ନେତା ଏବଂ ବିହାରର ଅନେକ ନେତା ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.