ମାଧବୀ ଲତାଙ୍କ ନାଁରେ ମାମଲା

0

ହାଇଦ୍ରାବାଦର ଭାଜପା ପ୍ରାର୍ଥୀ କେ. ମାଧବୀ ଲତାଙ୍କ ନାଁରେ ସୋମବାର ନିର୍ବାଚନ କର୍ତ୍ତୃପକ୍ଷ ମାମଲା ରୁଜୁ କରିଛନ୍ତି। ଏକ ଭୋଟଗ୍ରହଣ କେନ୍ଦ୍ରରେ ବୁର୍ଖା ପିନ୍ଧିଥିବା ମୁସଲମାନ ମହିଳା ଭୋଟରମାନଙ୍କୁ ଫଟୋ ପରିଚୟପତ୍ର ସହ ମୁହଁ ଖୋଲିବା ପାଇଁ ସେ କହୁଥିବାର ଭିଡିଓ ପ୍ରସାରିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରିଚୟ ଯାଞ୍ଚ ପାଇଁ ଭୋଟରମାନେ ମୁହଁ ଦେଖାଇବା ଆବଶ୍ୟକ ବୋଲି ମାଧବୀ ଲତା କହିଥିଲେ। ମାଲକପେଟ ଥାନାରେ ତାଙ୍କ ନାଁରେ ଆଇପିସିର ବିଭିନ୍ନ ଧାରା ସମେତ ଜନପ୍ରତିନିଧି ଆଇନର ଧାରା ୧୩୨ରେ ମାମଲା ରୁଜୁ ହୋଇଥିବା ହାଇଦ୍ରାବାଦ ଜିଲାପାଳ କହିଛନ୍ତି।

Leave A Reply

Your email address will not be published.