ଓଡିଶା ଆସିବେ ‘ରାମ’ ଏବଂ ‘ଯୋଗୀ’; ଭାଷଣରେ ଭୋଟ ଟାଣିବେ ୟୁପି ମୁଖ୍ୟମନ୍ତ୍ରୀ, ଏବଂ ଟିଭି ଦୁନିଆର ରାମ

0

ଭୁବନେଶ୍ଵର (ଆମ ଟିଭି); ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଗକୁ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି । ଗତ କିଛି ଦିନ ହେଲା ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ରତ୍ନଭଣ୍ଡାର ଚାବିକୁ ନେଇ ବିଜେଡି-ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି । ଆଉ ଏହି ସମୟରେ ଓଡିଶା ଆସୁଛନ୍ତି ବିଜେପିର ହିନ୍ଦୁତ୍ୱ ଚେହେରା ଯୋଗୀ ଆଦିତ୍ୟନାଥ । ନିଜ ଭାଷଣରେ ସବୁବେଳେ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ବିରୋଧୀଙ୍କୁ ହରଡଘଣାରେ ପକାଇଥାନ୍ତି ୟୁପି ମୁଖ୍ୟମନ୍ତ୍ରୀ ।

ଓଡିଶା ଆସିବେ ‘ରାମ’ ଏବଂ ‘ଯୋଗୀ’

ଭାଷଣରେ ଭୋଟ ଟାଣିବେ ୟୁପି ମୁଖ୍ୟମନ୍ତ୍ରୀ?

ତେବେ ମୋଦି, ଶାହାଙ୍କ ପରେ ବିଜେପିର ବଡ ନେତା ହେଉଛନ୍ତି ଯୋଗୀ ଆଦିତ୍ୟନାଥ । କୁହାଯାଏ, ସେ ହେଉଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା । ହିନ୍ଦୁତ୍ୱ ପ୍ରସଙ୍ଗରେ ସବୁବେଳେ ସିଧାକଥା କହୁଥିବା ଏହି ନେତାଙ୍କ ଓଡିଶା ଗସ୍ତକୁ ନେଇ ଉତ୍ସାହିତ ଅଛି ରାଜ୍ୟ ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆଗାମୀ ୨୩ ତାରିଖ ଗୁରୁବାର ଦିନ ଓଡିଶା ଆସିବେ, ପ୍ରଥମେ ଚିଲିକା ଓ ପରେ ମାହାଙ୍ଗାର କୁଳିଆରେ ତାଙ୍କର ସଭା ହେବ ।

ଚିଲିକାରେ ବିଜେପିର ଭଲ ପ୍ରଭାବ ରହିଛି । ଏଠାରୁ ଲଢୁଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଆଉ ପରେ ମାହାଙ୍ଗାରେ ଯୋଗୀଙ୍କ ଜନସଭା ରହିଛି । ଏବେ ରତ୍ନଭଣ୍ଡାରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଉ ଏହି ସମୟରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର କଟକ ଓ କେନ୍ଦ୍ରପଡା ଆସନ ଉପରେ ପ୍ରଭାବ ପକାଇବ ବୋଲି ଆକଳନ କରୁଛି ବିଜେପି ।

Leave A Reply

Your email address will not be published.