ବଦଳିଲା ମମତାଙ୍କ ମନ୍ତ୍ରୀମଣ୍ଡଳ: ବାବୁଲ ସୁପ୍ରିଓଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

0

କୋଲକାତା (ଆମ ଟିଭି): ବଦଳିଲା ମମତାଙ୍କ ମନ୍ତ୍ରୀମଣ୍ଡଳ । ଶିକ୍ଷକ ନିଯୁକ୍ତି ଘୋଟାଲା ବିବାଦ ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମନ୍ତ୍ରୀମଣ୍ଡଳ ପୁର୍ନଗଠନ କରିଛନ୍ତି । ଦଳ କ୍ଷମତାକୁ ଆସିବା ପରେ ଏହା ସବୁଠୁ ବଡ ମନ୍ତ୍ରୀମଣ୍ଡଳ ବୋଲି କୁହାଯାଉଛି । ବୁଧବାର ଶପଥ ନେଇଥିବା ୯ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୫ ଜଣ ନୂଆ ଚେହେରା ରହିଛନ୍ତି । ନବୀନଙ୍କ ମଧ୍ୟରେ ସବୁଠାରୁ ବଡ ନାମ ହେଉଛି ବାବୁଲ ସୁପ୍ରିଓ – ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯିଏକି ଗତ ବର୍ଷ ତୃଣମୂଳ କଂଗ୍ରେସ କ୍ରମାଗତ ତୃତୀୟ ଥର କ୍ଷମତା ହାସଲ କରିବାର କିଛି ସମୟ ପରେ ସେହି ଦଳରେ ଯୋଗ ଦେଇଥିଲେ।

ବାବୁଲ ସୁପ୍ରିଓଙ୍କ ସହ ସ୍ନେହାଶିଶ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ୍, ଉଦୟାନ ଗୁହା ଏବଂ ପ୍ରଦୀପ ମଜୁମଦାରଙ୍କୁ କ୍ୟାବିନେଟରେ ନିଆଯାଇଛି । ଚାରିଜଣ ଉପମନ୍ତ୍ରୀ ଭାବେ ବିରବାହା ହାନସଦା, ବି୍ଲବ ରୟ ଚୌଧୁରୀ, ତାଜମୁଲ ହୁସେନ୍ ଏବଂ ସତ୍ୟଜିତ୍ ବର୍ମନ୍ ସପଥ ଗ୍ରହଣ କରିଛନ୍ତି ।

 

 

Leave A Reply

Your email address will not be published.