ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଆସିଲା ଫୋନ, ମିଳିବ ଏହି ମନ୍ତ୍ରୀପଦ!

0

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋଦି କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ ସେନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ଅନେକ ମନ୍ତ୍ରୀମାନଙ୍କୁ ଫୋନ୍‌ ଆସିବା ଆରମ୍ଭ ହୋଇଛି। ଯାହାଙ୍କୁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିପାରେ। ତେବେ ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ ଆସିଥିବା ସୂଚନା ମିଳିଛି। ଫୋନ କଲ ପରେ ଜୁଏଲ ମୋଦିଙ୍କ ସରକାରୀ ବାସଭବନକୁ ବାହାରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆ ମନ୍ତ୍ରୀମାନଙ୍କୁ ମୋଦି ଭେଟିବେ। ଅନ୍ୟପଟେ, ସୁରେଜ ପୂଜାରୀ ମଧ୍ୟ ଦିଲ୍ଲୀରେ ପହଞ୍ଚିସାରିଥିବା କୁହାଯାଉଛି। ଏପରିକି ତାଙ୍କୁ ବଡ଼ ଦାୟିତ୍ୱ ମଧ୍ୟ ମିଳିପାରେ ବୋଲି କୁହାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍‌ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ଏମ୍‌ପି ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କୁ ଫୋନ୍‌ ଯାଇଛି। ଏହା ବ୍ୟତୀତ ଜେଡିଏର ରାଜ୍ୟ ସଭା ଏମ୍‌ପି ରାମ ନାଥ ଠାକୁର, ଚିରାଗ ପାସଓ୍ବାନ, ସର୍ବାନନ୍ଦ ସୋନୋଓ୍ବାଲ, ଅର୍ଜୁନ୍‌ ରାମ ମେଘଓ୍ବାଲ, ନୀତୀନ ଗଡ଼କରୀ, ଏଚ୍‌ଡି କୁମାରସ୍ବାମୀ, ଜୟନ୍ତ ଚୌଧୁରୀ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମ୍ମାଇଙ୍କୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫୋନ୍‌ ମିଳିଛି।

Leave A Reply

Your email address will not be published.