ଭୁବନେଶ୍ବର (ଆମ ଟିଭି): ସିନେମା ‘ସୀତା’ ସଂଘର୍ଷର କାହାଣୀର ସାମ୍ବାଦିକ ସମ୍ମିଳନୀ ହିଲ ଭ୍ୟୁ କାଫେରେ ଅନୁଷ୍ଠିତ ହୋଇଯାଇଛି । ଆଜି ର ଏଇ କାର୍ଯ୍ୟକ୍ରମରେ ପ୍ରଯୋଜକ ଓ ଡିରେକ୍ଟର ଅଶ୍ୱିନ ତ୍ରିପାଠୀ, ଅଭିନେତା ସମରେଶ ରାଉତରାୟ, ଦେବଯାନୀ, ଭବାନୀ, ଅଙ୍କିତ, ଦେବସୁର୍ଯ୍ୟ , Aao ଟିଭି ର ମୁଖ୍ୟ କୌଶିକ ଦାସ ଉପସ୍ଥିତ ଥିଲେ ।
ସିନେମାଟି କୃଷି ଉପରେ ଆଧାରିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ ହଇଛି । ଶୁଣିବାକୁ ମିଳୁଛି ରାଜନୈତିକ ନିଚ୍ଛକ କଥା ଉପରେ ଆଧାରିତ ହାଇଥିବାରୁ ସିନେମା ରିଲିଜ ପାଇଁ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା । ପ୍ରଶ୍ନ ଉଠୁଛି ସରକାର ବଦଳିଲା ପରେ ସିନେମା ରିଲିଜ କରିବାକୁ ସକ୍ଷମ ହୋଇପାରିଲେ ଅଶ୍ୱିନ ତ୍ରିପାଠୀ ଓ ଟିମ୍ ।

ଜୁଲାଇ ୫ରେ ରିଲିଜ୍ ହେବାକୁ ଥିବା ସୀତା ସିନେମା ଟିକୁ ଅନେକ ଦର୍ଶକ ଓ ରାଜନୈତିକ ନେତା ମାନେ ଅପେକ୍ଷା କରିଛନ୍ତି ଦେଖିବାକୁ । ୟୁଟ୍ୟୁବରେ ଅନେକ ଦର୍ଶକ ଭଲ ପାଇବା ସାଉଁଟି ସାରିଲାଣି ଏଇ ସିନେମା । ଅପେକ୍ଷା କେବଳ ସିନେମା ହଲକୁ ।