ଭୁବେନଶ୍ବର(ଆମ ଟିଭି): ବିଦ୍ୟାଧନ୍ ଛାତ୍ରବୃତ୍ତି ବାର୍ଷିକ ଆୟ ୨ ଲକ୍ଷରୁ କମ୍ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ | ଛାତ୍ରଛାତ୍ରୀମାନେ ୨୦୨୪ ମସିହାରେ ଓଡ଼ିଶା ରାଜ୍ୟରୁ ୮୦% କିମ୍ବା ୮ CGPA (ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ୬୫ପ୍ରତିଶତ କିମ୍ବା ୬.୫ CGPA) ସହିତ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ | ମନୋନୀତ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ପାଇଁ ବାର୍ଷିକ ୧୦୦୦୦ ଟଙ୍କା ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ହେବେ ଯଦି ସେମାନେ ଭଲ ପ୍ରଦର୍ଶନ ଜାରି ରଖନ୍ତି, ତେବେ ଡିଗ୍ରୀ/ ଗ୍ରାଜୁଏସନ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ବାର୍ଷିକ ୧୫୦୦୦ରୁ ୭୫୦୦୦ଟଙ୍କା ମଧ୍ୟରେ ଦିଆଯିବ |
ଛାତ୍ରଛାତ୍ରୀ ମାନେ ୧୫ଜୁଲାଇ , ୨୦୨୪ ସୁଦ୍ଧା www.vidyadhan.org କିମ୍ବା SDF ବିଦ୍ୟା ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ SDF ବିଦ୍ୟା ଆପ୍ ଉପଲବ୍ଧ) ରେ ଲଗ୍ ଇନ କରି ଅନଲାଇନରେ ଆବେଦନ କରିପାରିବେ l ଅଧିକ ସୂଚନା ପାଇଁ, ଦୟାକରି vidyadhan.odisha@sdfoundationindia.com କିମ୍ବା ହେଲ୍ପ ଡେସ୍କ ନମ୍ବର ୯୬୬୩୫୧୭୧୩୧ ସହିତ ଯୋଗାଯୋଗ କରିପାରିବେ | ଶ୍ରୀମତୀ କୁମାରୀ ଶିବୁଲାଲ (ପୃଷ୍ଠପୋଷକ) ଏବଂ ଶ୍ରୀ ଏସ ଡି ଶିବୁଲାଲ (ସହ-ପ୍ରତିଷ୍ଠାତା, ଇନଫୋସିସ୍) ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ୍ (SDF) – ବିଦ୍ୟାଧନ୍ ସ୍କଲାରସିପ୍ କାର୍ଯ୍ୟକ୍ରମ ୧୯୯୯ ମସିହାରୁ ୧୭ ଟି ରାଜ୍ୟରେ ଏଯାବତ୍ ୪୧୦୦୦ ଛାତ୍ରବୃତ୍ତି ପ୍ରଦାନ କରିଥିବା କଥା ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ ର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ରାଧାକାନ୍ତ ନାୟକ ପ୍ରକାଶ କରିଥିଲେ l
ସୂଚନାଯୋଗ୍ୟ ; ଓଡିଶା ବୋର୍ଡ ଏବଂ CBSE ବୋର୍ଡ ଉଭୟ ଛାତ୍ରଛାତ୍ରୀମାନେ ମାଗଣାରେ ୱେବସାଇଟରେ ସିଧାସଳଖ ଆବେଦନ କରିପାରିବେ | ଆମ ତରଫରୁ ଛାତ୍ର ଚୟନ କରିବାକୁ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଅନୁମତି ଦିଆଯାଇ ନାହିଁ l