ଆଜିଠୁ ଭାରତ-ଜିମ୍ବାୱେ ମୁକାବିଲା । ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବ ଭାରତୀୟ ଟିମ୍ ।

0

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା, ସିରିଜ୍ ମୂଳପୋଛ ଲକ୍ଷ୍ୟରେ ନୂଆ ଅଧିନାୟକା ଶୁଭମନ୍ ଗିଲଙ୍କ ନେତୃତ୍ବରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବା ଲାଗି ଜିମ୍ବାୱେ ଗସ୍ତରେ ଅଛିା ଟି-୨୦ ବିଶ୍ବକପରେ ସଫଳତା ପରେ ଭାରତୀୟ ଟିମର ମନୋବଳ ଦୃଢ ରହିଛି, ଗିଲଙ୍କ ନେତୃତ୍ୱରେ ସିରିଜ୍ ମୂଳପୋଛ ପାଇଁ ଲକ୍ଷ୍ୟ ରଖିଛି ଦଳା ତେବେ ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ୱବିଜେତା ଦଳ କୌଣସି ଖେଳାଳି ଖେଳିବେ ନାହିଁ ବୋଲି ଜଣାପଡିଛିା

ଦଳର ସମସ୍ତ ବରିଷ୍ଠ ଖେଳାଳି ମାନଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛିା ସେହିପରି ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ ଶେଷ ହୋଇଥିବା ବେଳେ କାମଚଳା ପ୍ରଶିକ୍ଷକ ଭାବେ ଭିଭିଏସ ଲକ୍ଷ୍ମଣଙ୍କ ତତ୍ବାବଧାନରେ ପଡିଆ ଓହ୍ଲାଇବ ଭାରତୀୟ ଦଳା ଅଧିନାୟକ ଭାବେ ଶୁଭମନ୍ ଗିଲ ଆଇପିଏଲରେ ନିଜର ଦକ୍ଷତା ଦେଖାଇସାରିଥିବା ବେଳେ ଏହି ଶୃଙ୍ଖଳାରେ ତାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛିା ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ଅବସର ନେବା ପରେ ଏହି ଶୃଙ୍ଖଳାରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛିା ରିୟାନ ପରାଗ, ହର୍ଷିତ ଓ ଅଭିଷେକ ଶର୍ମା ଆଜି ଅର୍ନ୍ତଜାତୀୟ ମ୍ୟାଚରେ ପଦାର୍ପଣ କରିବେ ।

Leave A Reply

Your email address will not be published.