କମନୱେଲଥ ଗେମ୍ସରେ ଭାରତୀୟଙ୍କ ଚମତ୍କାର ପ୍ରଦର୍ଶନ: ସ୍ୱର୍ଣ୍ଣ ଜିତିଲେ ବିନେଶ ଫୋଗେଟ୍

0

ବର୍ମିଂହାମ (ଆମ ଟିଭି): କୁସ୍ତିରେ ଭାରତୀୟ କୁସ୍ତିଯୋଦ୍ଧାମାନଙ୍କର ଚମତ୍କାର ପ୍ରଦର୍ଶନ ଆଜି ମଧ୍ୟ ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଜାରି ରହିଛି । ରବି ଦହିଆଙ୍କ ପରେ ଭାରତର ବିନେଶ ଫୋଗେଟ୍ ମଧ୍ୟ ବର୍ମିଂହାମରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କମନ୍ୱେଲଥ୍ ଗେମ୍ସରେ ବିନେଶ ଫୋଗେଟ୍ ସ୍ୱର୍ଣ୍ଣର ହ୍ୟାଟ୍ରିକ୍ ସ୍କୋର କରିଛନ୍ତି।

ବିନେଶ ଫୋଗେଟ୍ ସ୍ୱର୍ଣ୍ଣ ଜିତିଛନ୍ତି
ତୃତୀୟ ଥର ପାଇଁ କମନୱେଲଥ ଗେମ୍ସରେ ଭାରତର ବରିଷ୍ଠ ରେସଲର ବିନେଶ ଫୋଗେଟ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଫ୍ରିଷ୍ଟାଇଲରେ ୫୩ କିଲୋଗ୍ରାମରେ ଶ୍ରୀଲଙ୍କାର ଚାମୋଦୟ କେଶାନୀଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚକୁ ବିନେଶ ୪-୦ରେ ଜିତିଥିଲେ। ସେ ୨୦୧୪ ଗ୍ଲାସ୍ଗୋ କମନୱେଲଥ ଗେମ୍ସରେ ୪୮ କିଲୋଗ୍ରାମ ବର୍ଗରେ ଏବଂ ୨୦୧୮ କମନୱେଲଥ ଗେମ୍ସରେ ୫୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତ ।

Leave A Reply

Your email address will not be published.