କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ା: ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା

0

ଭୁବନେଶ୍ୱର(ଆମ ଟିଭି): ତୁଳସୀକ୍ଷେତ୍ରର କ୍ଷେତାଧିପତି ଶ୍ରୀବଳଦେବଜୀଉଙ୍କ ଆଜି ବାହୁଡ଼ା ଯାତ୍ରା। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଏନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏନେଇ ପୂର୍ବ ନୀତି ନିର୍ଘଣ୍ଟ ନେଇ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ରଥଟଣା ହେବ ବୋଲି ଶ୍ରୀଜୀଉଙ୍କ ସେବାୟତ ଲଳିତ କୁମାର କର ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଗହଳିକୁ ଦୁଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୂଚନା ଯୋଗ୍ୟ, ବାହୁଡ଼ା ଦଶମୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସକାଳ ୬ଟାରେ ଇଚ୍ଛାପୁରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇଥିଲା। ସାଢେ ୮ଟା ରେ ଗୋପାଳବଲ୍ଲଭ ଧୂପ, ମଧ୍ୟାହ୍ନରେ ଖେଚୁଡ଼ି ଭୋଗ ପରେ ସେନାପଟା ଲାଗି ହୋଇଥିଲା। ପୂର୍ବାହ୍ନ ୧୦ଟାରେ ଶ୍ରଦ୍ଧାଳୁ ଓ ଜିଲା ପୋଲିସ ବାହିନୀ ବ୍ରହ୍ମ ତାଳଧ୍ୱଜ ରଥକୁ ଦକ୍ଷିଣମୋଡ଼ କରିଥିଲେ। ସନ୍ଧ୍ୟା ୬ଟାରେ ମନ୍ଦିରର ବାହୁଡ଼ା ଦ୍ୱାର ବାଟ ଦେଇ ଧାଡ଼ି ପହଣ୍ଡରେ ଶ୍ରୀଜୀଉଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ଅନ୍ୟାନ୍ୟ ରୀତିନୀତି ଅନୁଯାୟୀ ଆଳତି ଓ ପୂଜାର୍ଚ୍ଚନା ହୋଇଥିଲା।

Leave A Reply

Your email address will not be published.