ଓମାନ ଉପକୂଳରେ ବୁଡ଼ିଲା ତେଲ ଟ୍ୟାଙ୍କର ବୋଝେଇ ଜାହାଜ । ୧୩ ଭାରତୀୟଙ୍କ ସହ ୧୬ କ୍ରୁ ମେମ୍ୱର ନିଖୋଜ ।

0

ମଝି ସମୁଦ୍ରରେ ବୁଡ଼ିଲା ଜାହାଜ। ୧୩ ଜଣ ଭାରତୀୟଙ୍କ ସମେତ ୧୬ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ିଯାଇଥିବା ସୂଚନା ମିଳିଛି। ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ ଏନେଇ ସୂଚନା ଦେଇଛି। ଜାହାଜରେ ଥିବା ୧୬ଜଣ କ୍ରୁ ମେମ୍ୱର ନିଖୋଜ ଅଛନ୍ତି। ସେମାନଙ୍କର କୌଣସି ସୂଚନା ମିଳୁନାହିଁ।

ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ରହିଛନ୍ତି। ରସ୍ ମାତରଖା ବନ୍ଦର ଠାରୁ ୨୫ ନଟିକାଲ ମାଇଲ ଦୂରରେ ଅଘଟଣ ହୋଇଥିବା ସୂଚନା ମିଳିଛି। ଜାହାଜଟି ୟେମେନର ଆଡେନ ବନ୍ଦର ଅଭିମୁଖେ ଯାଉଥିଲା। ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନିଖୋଜ କ୍ରୁ ମେମ୍ୱରଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.