ଅଧାରେ ଅଟକିଲା ବିବାଦୀୟ IASଙ୍କ ଟ୍ରେନିଂ ; ନକଲି ସାର୍ଟିଫିକେଟ୍ ବିବାଦ ପୂଜା ଖେଡକରଙ୍କ ଚିନ୍ତା ବଢାଇଲା । ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପୂଜା ।

0

ଅଧାରେ ଅଟକିଲା ଆଇଏଏସ ପୂଜା ଖେଡକରଙ୍କ ଟ୍ରେନିଂ । ନକଲି ସାର୍ଟିଫିକେଟ୍ ନେଇ ବିବାଦ ଭିତରେ ପୂଜା ଖେଡକରଙ୍କ ଆଇଏଏସ୍ ଟ୍ରେନିଂକୁ ସ୍ଥଗିତ ରଖାଯାଇଛି। ମହାରାଷ୍ଟ୍ର ସରକାର ତାଙ୍କ ବିରୋଧରେ ଏପରି ଏକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏବେ ତାଙ୍କୁ ଯଥାଶୀଘ୍ର ମସୁରୀର ଏକାଡେମୀରେ ଯୋଗ ଦେବାକୁ କୁହାଯାଇଛି । କ୍ଷମତାର ଅପବ୍ୟବହାର, ଭିନ୍ନକ୍ଷମ ଓ ଓବିସି କୋଟାରେ ହେରଫେର ଅଭିଯୋଗରେ ପୂଜା ଖେଡକର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଅନ୍ୟ ଏକ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡିଛି ଯେଉଁଥିରେ ସେ ଦୁଇଟି ଭିନ୍ନ ଭିନ୍ନ ନାମ ବ୍ୟବହାର କରିଥିବା ଜଣାପଡିଛି। ଏବେ ପୂଜାଙ୍କୁ ଜୁଲାଇ ୨୩ ସୁଦ୍ଧା ମସୁରୀ ଟ୍ରେନିଂ ଏକାଡେମୀରେ ଯୋଗ ଦେବାକୁ କୁହାଯାଇଛି।

ଅନ୍ୟପଟେ ପୁଣେ ଜିଲ୍ଲାପାଳ ସୁହାସ ଦିଓ୍ୱାସେଙ୍କ ବିରୋଧରେ ନିର୍ୟାତନା ଅଭିଯୋଗ ଆଣିଛନ୍ତି ପୂଜା । ଯୋଜନାବଦ୍ଧ ଭାବେ ମାନସିକ ନିର୍ୟାତନା ଦେଇ ବଦଳି ତାଙ୍କୁ କରାଯାଇଥିବା ପୂଜା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.