ଭାଙ୍ଗିଲା ରାଜ୍ୟ ଯୋଜନା ବୋର୍ଡ; ଯୋଜନା ବୋର୍ଡ ଭଙ୍ଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁମୋଦନ କରିଛନ୍ତି । ଏହାର ଅର୍ଥ ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଏହା ବଡ଼ ପଦକ୍ଷେପ ।

୨୫ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ରହିଥିଲା । ତେଣୁ ଯୋଜନା ବୋର୍ଡରେ ବିଜେଡି ସମର୍ଥକମାନଙ୍କ ବିଭିନ୍ନ ପଦବୀରେ ସ୍ଥାନ ମିଳିଥିଲା । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଜେପି ସରକାର ଏହି ଯୋଜନାବୋର୍ଡକୁ ଭଙ୍ଗ କରିଛନ୍ତି ।

Leave A Reply

Your email address will not be published.