ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରରେ ସିନ୍ଦେ ସରକାର ଗଠନ ହେବାର ୪୦ ଦିନ ପରେ ସମ୍ପ୍ରସାରଣ ହେଲା ମହାରାଷ୍ଟ୍ର କ୍ୟାବିନେଟ୍ । ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଆଜି ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ।
Maharashtra Cabinet expansion | Governor Bhagat Singh Koshyari administers the oath of office to 18 MLAs as ministers pic.twitter.com/2eDIBVxWj3
— ANI (@ANI) August 9, 2022
ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଜେପିରୁ ୯ ଜଣ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୯ ଜଣ ରହିଛନ୍ତି । ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି । ଏହି କାର୍ୟ୍ୟକ୍ରମରେ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବସୀ ଓ ଏନସିପି ନେତା ଅଜିତ ପାଓ୍ୱାର ଉପସ୍ଥିତ ଥିଲେ ।
ରାଧାକୃଷ୍ଣ ବିଧେ ପାଟିଲ, ସୁଧୀର ମୁନଗଣ୍ତିବାର, ଚନ୍ଦ୍ରକାନ୍ତ ପାଟିଲ, ବିଜୟ କୁମାର ଗାବିତ, ଗିରୀଶ ମହାଜନ, ଗୁଲାବରାଓ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋର, ସୁରେଶ ଖାଡେ, ସନ୍ଦୀପନ ଭୁମରେ, ଉଦୟ ସାଓ୍ୱନ୍ତ, ତାନାଜୀ ସାଓ୍ୱନ୍ତ, ରବୀନ୍ଦ୍ର ଚୌହାନ, ଅବ୍ଦୁଲ ସତ୍ତାର, ଦୀପକ କାସରକର, ଅତୁଲ ସାବେ, ସମ୍ଭୁରାଜ ଦେଶାଇ ଓ ମଙ୍ଗଲ ପ୍ରଭାତ ଲୋଢା