ଇରାନ ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗାଳି ଦେଲେ ବାଇଡେନ

0

ଇରାନ ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଛାଇ ରହିଛି। ହାନିଆଙ୍କ ମୃତ୍ୟୁ ପାଇଁ ଉଭୟ ହାମାସ ଏବଂ ଇରାନ ଇସ୍ରାଏଲକୁ ଦାୟୀ କରିଛନ୍ତି। ତେବେ ଏହି ଆକ୍ରମଣ ପଛରେ ହାତ ନ ଥିବା କହି ଇସ୍ରାଏଲ୍ ଏହାକୁ ଅସ୍ୱୀକାର କରିଛି। ଏହାରି ମଧ୍ୟରେ ଖବର ଆସିଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇ ହାନିଆଙ୍କ ମାମଲାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମିଡ଼ିଆ ରିପୋର୍ଟ ମୁତାବକ କଥା ହେବା ସମୟରେ ବାଇଡେନ ଚିଡିଯାଇ ନେତାନ୍ୟାହୁଙ୍କୁ କହିଥିଲେ ”ଆପଣ ମୋ ସହିତ ବେକାର କଥା ବନ୍ଦ କରନ୍ତୁ”। ଜୋ ବାଇଡେନଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କୁ ସୂଚନା ଦେଇଛନ୍ତି କି ଇସ୍ରାଏଲ୍ ବନ୍ଧକ ବଦଳରେ ହାମାସ ସହିତ ଅସ୍ତ୍ରବିରତି ଚୁକ୍ତି ସମ୍ପର୍କରେ ଆଲୋଚନା ଜାରି ରଖିଛି ଏବଂ ଖୁବ୍ ଶୀଘ୍ର ଏକ ପ୍ରତିନିଧୀ ଦଳ ପଠାଇବ। ରିପୋର୍ଟ ଅନୁଯାୟୀ, ବାଇଡେନ ନେତାନ୍ୟାହୁଙ୍କ ସହ ବାର୍ତ୍ତାଳାପ ଶେଷ କରି କହିଛନ୍ତି ଯେ ”ସେ ରାଷ୍ଟ୍ରପତିଙ୍କୁ ହାଲୁକାରେ ନିଅନ୍ତୁ ନାହିଁ।”

 

 

 

Leave A Reply

Your email address will not be published.