କଙ୍ଗନାଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ, କହିଲେ ମୁହଁ ଦେଖିଲେ ପାପ ଲାଗିବ…

0

ଶଙ୍କରାଚାର୍ଯ୍ୟ ତାଙ୍କର ଏକ ବିବୃତ୍ତିରେ ଭାଜପା ଏମପି କଙ୍ଗନା ରଣାୱତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କ ମୁହଁକୁ ଦେଖିବା ପାପ। କହିରଖୁଛୁ କି, ଶଙ୍କରଚାର୍ଯ୍ୟ କିଛି ବର୍ଷ ପୂର୍ବରୁ କଙ୍ଗନାଙ୍କ ଏକ ଟିପ୍ପଣୀ ଉପରେ ନୀରବତା ଭାଙ୍ଗିଛନ୍ତି।

ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ଏମପି ଅଛନ୍ତି କଙ୍ଗନା ରଣାଓ୍ବତ। ଧର୍ମ ଏବଂ ରାଜନୀତି ସହ ଜଡିତ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ବିବାଦୀୟ ଟିପ୍ପଣୀ ଦେଇ ସେ ସର୍ବଦା ହେଡଲାଇନରେ ରହିଆସିଛନ୍ତି। ଏମପି ହେବାର ପ୍ରାୟ କିଛିବର୍ଷ ପୂର୍ବରୁ ସେ ଏକ ବିବୃତ୍ତି ଦେଇ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଥଲେ, ଯେଉଁଥିରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ନୀରବତା ଭାଙ୍ଗିଛନ୍ତି। ।

୨୦୧୯ରେ, କଙ୍ଗନା ତାଙ୍କର ଗୋଟିଏ ଟ୍ବିଟରେ ଗୋମାଂସ ଖାଇବାକୁ ଯଥାର୍ଥତା ଦେଇଥିଲେ, ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ଶଙ୍କରାଚାର୍ଯ୍ୟ ସେହି ଟିପ୍ପଣୀକୁ ନେଇ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି, ଏହି ପ୍ରସଙ୍ଗ ନେଇ କେହି ତାଙ୍କୁ ଅଭିଯୋଗ କରିନାହାଁନ୍ତି, ସେ ନିଜେ ଏହାକୁ ଗ୍ରହଣ କରିଛନ୍ତି। ଏହି ଜିନିଷ ସେ ସର୍ବସାଧାରଣରେ କହିଛନ୍ତି। କହିବା ପରେ ମଧ୍ୟ ସେ ଏହାକୁ ନେଇ ଦୁଃଖ ପ୍ରକାଶ କରି ନାହାନ୍ତି। ଏପର୍ଯ୍ୟନ୍ତ କୌଣସି ଅନୁତାପ କରିନାହାଁନ୍ତି। ଏହାପରେ ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କୁ ପଚରାଗଲା ଯେ ସେ କଙ୍ଗନାଙ୍କ ମନ୍ତବ୍ୟ ଉପରେ କୌସି ମନ୍ତବ୍ୟ ଦେବାକୁ ଚାହୁଁଛନ୍ତିି କି? ଏହି ସମୟରେ ଶଙ୍କରାଚାର୍ଯ୍ୟ ରାଗିଯାଇ କହିଛନ୍ତି, ପ୍ରଶ୍ନ ନାହିଁ। ଆମେ ଏପରି ବ୍ୟକ୍ତିଙ୍କ ମୁହଁ ଦେଖିବାକୁ ଚାହୁଁନାହୁଁ, ଦେଖିଲେ ନିଜକୁ ଦୋଷୀ ଅନୁଭବ କରିବୁ। ଏପରି ବ୍ୟକ୍ତିଙ୍କ ନାମ ନେଲେ ପାପ ଲାଗିବ।

Leave A Reply

Your email address will not be published.