୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ଛତିଶଡରେ ବର୍ଷା ହେବା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଏବେ ଜଳସ୍ତର ବୃଦ୍ଧି ପାଇ ୬୦୯.୭୩ ଫୁଟରେ ରହିଛି। ଗତକାଲି ଦୁଇଟି ପର୍ୟ୍ୟାୟରେ ୮ଟି ଗେଟ୍ ଖୋଲାଯାଇଛି। ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଦୁଇଟି ପର୍ୟ୍ୟାୟ ୪ ଲେଖାଏଁ ଗେଟ୍ ଖୋଲିଛି। ଫଳରେ ଏବେ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।