Mpox Virus: ଡରାଉଛି ମଙ୍କିପକ୍ସ ଭାଇରସ୍; ପାକିସ୍ତାନରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ

0

ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି ମଙ୍କିପକ୍ସ ଭୂତାଣୁ। ଏହି ସଂକ୍ରମଣ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି। ବିଶେଷକରି, ଫ୍ରିକୀୟ ଦେଶମାନଙ୍କରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଆଜି ପାକିସ୍ତାନରେ ପ୍ରଥମ ମଙ୍କିଫକ୍ସରେ ଆକ୍ରାନ୍ତ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ସାଉଦି ଆରବରୁ ଫେରିଛନ୍ତି ବୋଲି କୁହାଯାଉଛି। ଏହି ୩୪ ବର୍ଷିୟ ବ୍ୟକ୍ତିଙ୍କ ଘର ପାକିସ୍ତାନର ମର୍ଦାନ୍ ଅଞ୍ଚଳରେ ହୋଇଥିବା ଜଣାପଡିଛି।

ଘରେ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କର ମେଡିକାଲ ପରୀକ୍ଷା କରାଯାଇଥିବା ପରେ ସମ୍ପୁର୍ଣ୍ଣ ପଦାକୁ ଆସିଥିଲା। ତେବେ, ଏହି ଘଟଣା ଜଣାପଡିବା ପରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ତାଙ୍କ ବିମାନରେ ସାଥୀ ଯାତ୍ରୀଙ୍କ ସମେତ ରୋଗୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଯୋଗାଯୋଗ ଅନୁସନ୍ଧାନ ପଦକ୍ଷେପ ଆରମ୍ଭ କରିଛନ୍ତି।

ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରମଣ । ମଙ୍କିପକ୍ସ ରେ ପୀଡିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ମଙ୍କିପକ୍ସ ଯୋଗୁଁ ସାମାନ୍ୟ ଜ୍ୱର ହେବା ସହ ଶରୀରରେ ଫୁଲିବା ପରି ଫୋଟକା ପରି ହୋଇଥାଏ। ଏହା ବ୍ୟତୀତ ମୁଣ୍ଡବିନ୍ଧା ଓ ମାଂସପେଶୀ ଯନ୍ତ୍ରଣା ହୋଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କୌଣସି ସଂକ୍ରାମକ ବ୍ୟକ୍ତି, ପ୍ରଦୂଷକ କିମ୍ବା ସଂକ୍ରମିତ ପଶୁଙ୍କ ସହ ଶାରୀରିକ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭାଇରସ ମଣିଷକୁ ବ୍ୟାପିପାରେ । ଏମପକ୍ସରେ ପୀଡିତ ବ୍ୟକ୍ତିଙ୍କ ସହ ଶାରୀରିକ ସଂସ୍ପର୍ଶରୁ ଦୂରେଇ ରହି ଏମପକ୍ସକୁ ପ୍ରତିରୋଧ କରାଯାଇପାରେ । ଟିକାକରଣ ବିପଦରେ ଥିବା ଲୋକଙ୍କ ପାଇଁ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିବ ।

Leave A Reply

Your email address will not be published.