ନୂଆଦିଲ୍ଲୀ (ଆମ ଟିଭି): ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତି ଦେଇଛନ୍ତି। ସେ ବର୍ତ୍ତମାନ ବିଏସପି ଛାଡିବେ ବୋଲି ହେଉଥିବା ଚର୍ଚ୍ଚା ନେଇ ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତି। ତେବେ ସେ ଏହି ସମସ୍ତ ଦାବିକୁ ଅସ୍ୱୀକାର କରିଛନ୍ତି।
ବିଏସପି ମୁଖ୍ୟ ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି ବହୁଜନଙ୍କ ପାଇଁ ବାବା ସାହେବ ଆମ୍ବେଦକରଙ୍କ ଆନ୍ଦୋଳନ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ବିଫଳ କରିଥିଲା। ଆତ୍ମ-ସମ୍ମାନ ଆନ୍ଦୋଳନ ପାଇଁ ଉତ୍ସର୍ଗୀକୃତ ରହିବାର ନିଷ୍ପତ୍ତି ଦୃଢ଼। ଏହା ଜାରି ରହିବ।
ମାୟାବତୀ ଲେଖିଛନ୍ତି ମୋର ସକ୍ରିୟ ରାଜନୀତିରୁ ଅବସର ନେବାର ପ୍ରଶ୍ନ ନାହିଁ। ଯେହେତୁ ଦଳ ମୋ ଅନୁପସ୍ଥିତିରେ କିମ୍ବା ଅସୁସ୍ଥତା ଯୋଗୁ ବିଏସପିର ଉତ୍ତରାଧିକାରୀ ଭାବରେ ଆକାଶ ଆନନ୍ଦଙ୍କୁ ଆଗେଇ ନେଇଛି, ତେଣୁ ଗଣମାଧ୍ୟମ ଏପରି ମିଥ୍ୟା ଖବର ପ୍ରଚାର କରୁଛି। ଏଥିପ୍ରତି ଲୋକମାନେ ସତର୍କ ରୁହନ୍ତୁ।