ଓଡ଼ିଶା କୁକୁଡ଼ା ନେବାକୁ ମନା କରିଦେଲା ପଶ୍ଚିମବଙ୍ଗ; ଜାଣନ୍ତୁ କାହିଁକି?

0

ଭୁବନେଶ୍ୱର (ଆମ ଟିଭି): ବାର୍ଡଫ୍ଳୁ ଆତଙ୍କ ପାଇଁ ଓଡ଼ିଶା କୁକୁଡ଼ା ଯୋଗାଣ ଉପରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଯାହାକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଲେଶ୍ବରକୁ ଆସିଥିବା ବ୍ରଏଲର୍‌ କୁକୁଡ଼ା ପଶ୍ଚିମବଙ୍ଗକୁ ପଠାଯାଇଥାଏ। ତେବେ, ପିପିଲିରେ କୁକୁଡ଼ାଙ୍କୁ ବାର୍ଡଫ୍ଲୁ ହୋଇଥିବା ଜଣାପଡ଼ିବା ପରେ ପଶ୍ଚିମବଙ୍ଗ ପଲ୍‌ଟ୍ରି ଫେଡେରେସନ୍‌ ପକ୍ଷରୁ ନିଜ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ତହସିଲଦାର, ବିଡିଓ, ସୁପର୍‌ଭାଇଜର ତଥା ପୁଲିସକୁ ଡବ୍ଲ୍ୟୁବିପିଏଫ୍‌/୦୬୪/୨୪ ନମ୍ବରର ଏକ ଚିଠି ଦିଆଯାଇଛି। ଯେଉଁଥିରେ ଓଡ଼ିଶା କୁକୁଡ଼ା ଯେପରି ପଶ୍ଚିମବଙ୍ଗକୁ ନ ଆସିବ, ସେନେଇ ସତର୍କ ରହିବାକୁ କୁହାଯାଇଛି।  ଆଜିଠାରୁ ପଶ୍ଚିମବଙ୍ଗ ପ୍ରଶାସନ ଓଡ଼ିଶା କୁକୁଡ଼ା ଉପରେ ରୋକ୍‌ ଲଗାଇଛନ୍ତି।

ଏପରି ସମୟରେ କୁକୁଡ଼ା ଚାଷୀ ଓ ବେପାରୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ସେମାନେକ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି। ଭୋଗରାଇ କୁକୁଡ଼ା ଫାର୍ମ ମାଲିକ ସଂଘ ପକ୍ଷରୁ ପିପିଲିରୁ ସଂକ୍ରମିତ କୁକୁଡ଼ା ଅଣାଯିବା ଉପରେ କଟକଣା ଜାରି ସହ ଆମଦାନିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏନେଇ କୁକୁଡ଼ା ଫାର୍ମ ମାଲିକ ସଂଘର ଗୌରାଙ୍ଗ ଗିରି, ନାରାୟଣ ଗିରି, ପ୍ରଶାନ୍ତ ପ୍ରଧାନ, ରାଜକୁମାର ଦାସ, ରାଧାଶ୍ୟାମ ପରିଡ଼ା, ଅନନ୍ତ ସାହୁ, ରାମଚନ୍ଦ୍ର ପରିଡ଼ା, ରମାକାନ୍ତ ମାଝୀ, ସତ୍ୟବ୍ରତ ପଣ୍ଡା ପ୍ରମୁଖ ଭୋଗରାଇ ପ୍ରାଣୀଧନ ଅଧିକାରୀ ଚିନ୍ମୟ ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.