ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ହଟିଲା ଦ୍ବନ୍ଦ; ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

0

ଭୁବନେଶ୍ବର (ଆମ ଟିଭି): ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଆଜି ସେ ବିଧାନସଭା ଯାଇ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଜଗନ୍ନାଥ ବିଜେପି ନେତା ହୋଇଥିଲେ ମଧ୍ୟ ସେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏପରିକି ତାଙ୍କ ପ୍ରାର୍ଥୀତ୍ବକୁ 10 ଜଣ ବିଧାୟକ ମଧ୍ୟ ପ୍ରସ୍ତାବକ ଥିଲେ।

ତେବେ ତାଙ୍କର ପ୍ରାର୍ଥୀତ୍ବକୁ ନେଇ ବିଜେପି ନେତା ତଥା ବିଧାୟକ ସ୍ବଷ୍ଟ କରିଥିଲେ। ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ ଭାବ ନାମାଙ୍କନ ଦାଖଲ କରିବା ପାଇଁ କୁହାଯାଇଥିଲା। କାଳେ ମମତାଙ୍କ ପ୍ରାର୍ଥୀତ୍ବ କଟିଯିବ, ସେ ଭୟରେ ଦଳ ତରଫରୁ ଏପରି କରାଯାଇଥିଲା ବୋଲି କୁହାଯାଇଥିଲା। ବର୍ତ୍ତମାନ ଜଗନ୍ନାଥ ପ୍ରାର୍ଥୀ ପ୍ରତ୍ୟାହାର କରିବା ପରେ ମମତା ଜିତିବା ଆଜି ଅପରାହ୍ନରେ ଘୋଷଣା କରାଯିବ।

Leave A Reply

Your email address will not be published.