ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ୨୫ ବର୍ଷ ହେଲା ଗୁଣ୍ଡା ରାଜ ଚାଲିଥିଲା; ହିମାଂଶୁ ଶେଖର ସାହୁ

0

ଭୁବନେଶ୍ବର (ଆମ ଟିଭି): ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ୨୫ ବର୍ଷ ହେଲା ଗୁଣ୍ଡା ରାଜ ଚାଲିଥିଲା । ବିଡିଓ ପୂର୍ବତନ ବିଜେଡ଼ି ବିଧାୟକଙ୍କ ସହ ମଧ୍ୟ କାମ କରୁଥିଲେ । ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ କୌଣସି ଦଳର ନୁହନ୍ତି, ନିର୍ବାଚିତ ହୋଇ ଲୋକଙ୍କ କାମ କରୁଛନ୍ତି । ସେମାନେ ଲୋକଙ୍କ କାମ ପାଇଁ ବ୍ଲକ ଯାଉଛନ୍ତି । ଆଜି ବିଧାନସଭା ଚାଲିଥିବା ବେଳେ ଚାନ୍ଦବାଲି, କଟକ ଏବଂ ଯାଜପୁରର ନେତା ଓ ନେତ୍ରୀ ମାନେ କେମିତି ଗୋଟିଏ ଜାଗାରେ ଘେରାଉ କରିଛନ୍ତି, ଏହା ଆଶ୍ଚର୍ଯ୍ୟର କଥା । ବିଜେଡ଼ି ଏବେ ବି ଗୁଣ୍ଡାଗର୍ଦ୍ଦି କରୁଛି । ଗୁଣ୍ଡାଗର୍ଦ୍ଦୀ କରି ଗୃହ ମୁଲତବୀ କରିବା ଠାରୁ ଆରମ୍ଭ କରି ସେମାନଙ୍କ ଦୁର୍ନୀତିକୁ ଲୁଚାଇବା ହେଉଛି ବିଜେଡିର କାମ । ଆଜି ଏଭଳି କିଛି କହି ଟାର୍ଗେଟ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ।

ବିଗତ ଦିନରେ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ, ବ୍ଲକରେ ହୋଇଥିବା ବିଭିନ୍ନ କାମରେ ବ୍ୟାପକ ଅନିୟମିତତା ହୋଇଥିଲା । ଜିଲ୍ଲାପାଳଙ୍କୁ ଅଡିଟ କରି ରିପୋର୍ଟ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଜେଡ଼ି ନେତାଙ୍କର ଅଭିଯୋଗ ଥିଲା ଯେ ସେମାନଙ୍କ ପେମେଣ୍ଟ ଅଟକାଇ ଦିଆଯାଇଛି । କିନ୍ତୁ କୌଣସି ପେମେଣ୍ଟ ଅଟକା ଯାଇନାହିଁ, ସବୁ କାମ ହୋଇଛି । ବ୍ଲକରେ ଚାଲିଥିବା ସବୁ କାମ ବିଭାଗ କରୁଛି, ନନ୍ ପ୍ରୋଫାଇଟବଲ୍ ୱାର୍କ । ଏଥିରେ କୌଣସି ଠିକାଦାର କାମ କରୁନାହାନ୍ତି । ତେଣୁ ବିଜେଡ଼ି ନେତା ମାନେ ସେ ପେମେଣ୍ଟ ନେବା ପାଇଁ କାହିଁକି ଏତେ ବ୍ୟସ୍ତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.