ବିଧାନସଭାରେ ଉଠିଲା ବ୍ଲାକ ରୋଜ ବୁଡ଼ିବା ପ୍ରସଙ୍ଗ; ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ଜଗତସିଂହପୁର ବିଧାୟକ

0

ଭୁବନେଶ୍ବର (ଆମ ଟିଭି):  ବିଧାନସଭାରେ ଉଠିଲା ବ୍ଲାକ ରୋଜ ବୁଡ଼ିବା ପ୍ରସଙ୍ଗ । ଜଗତସିଂହପୁର ବିଧାୟକ ବ୍ଲାକ ରୋଜ ବୁଡିବା ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ କଲେ ଟାର୍ଗେଟ । ଖଣି ବିଭାଗ ଖର୍ଚ୍ଚ ଦାବି ସମୟ ରେ ବିବୃତି ରଖିବା ବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ ପାରାଦ୍ୱୀପ ରେ ବୁଡିଥିବା ବ୍ଲାକ ରୋଜ କାହାର ? କାହାର ଲୁହା ପଥର ସେଥିରେ ଚୋରା ଚାଲାଣ ହେଉଥିଲା ? ସେ ଜାହାଜର କ୍ୟାପେଟନ ମରିଗଲା ନା ମାରିଦିଆଗଲା ? ସେଥିରୁ କେତେ ଲୋକ ଉଦ୍ଧାର ହେଲେ ?

ଜାହାଜ ବୁଡି ରହିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଲା ବହୁତ ମାଛ ପକ୍ଷୀ ମରିଗଲେ । ସେ ସବୁ କଥା କୁ ଚପେଇବା କୁ ବହୁତ ପ୍ରୟାସ କରାଯାଇଛି । ରାଜ୍ୟର ନୂଆ ବିଜେପି ସରକାର ଙ୍କୁ ଅନୁରୋଧ ଏହି ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

Leave A Reply

Your email address will not be published.