ଆଜି ମିଳିବ ସିଏମ୍ କିଷାନର ପ୍ରଥମ କିସ୍ତି, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର (ଆମ ଟିଭି): ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା । ସମ୍ବଲପୁରରେ ସିଏମ୍ କିଷାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନା ଦ୍ଵାରା ଉପକୃତ ହେବେ ରାଜ୍ୟର ୪୬ ଲକ୍ଷରୁ ଅଧିକ ଚାଷୀ ।

ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ବେଳେ ପ୍ରଥମେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ଏକାଧିକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେତେବେଳେ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ବୁର୍ଲା ଅଶୋକ ନିବାସରେ ରାତ୍ରୀଯାପନ କରି ଆସନ୍ତାକାଲି ସକାଳେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।

 

ସିଏମ୍‌ କିସାନ ଯୋଜନାରେ ବର୍ଷକୁ ୪ ହଜାର ଟଙ୍କା ଦୁଇଟି କିସ୍ତିରେ ମିଳିବ। ପ୍ରଥମ କିସ୍ତି ଆଜି ମିଳିବା ବେଳେ ଦ୍ବିତୀୟ କିସ୍ତି ଅକ୍ଷୟ ତୃତୀୟାରେ ମିଳିବ। ଯେଉଁ ଭୂମିହୀନ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ସେମାନେ ସିଏମ୍ କିଷାନ ଯୋଜନାର ଲାଭ ପାଇବେ। ତେବେ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ ।

Leave A Reply

Your email address will not be published.