ପବିତ୍ର ଗୁରୁଦିବସ ଅବସରରେ ନିସ୍ ଇନ୍‌ଷ୍ଟିଚ୍ୟୁଟର ନବାଗତ ପିଜି ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ଊତ୍ସବ

0

ଭୁବନେଶ୍ୱର(ଆମ ଟିଭି): ଭୂବନେଶ୍ୱର ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ ଅପଂ ବିଜିନେସ୍ ଆଡମିନିଷ୍ଟ୍ରେସନର ନୂତନ ଶିକ୍ଷାବର୍ଷ ପାଇଁ ନବାଗତ ଏମ୍‌ବିଏ, ଏମ୍‌ସିଏ ଓ ଅନ୍ୟାନ୍ୟ ସ୍ନାତକୋତର ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରପଂରୁ ସ୍ୱାଗତ ସମ୍ବର୍ଦ୍ଧନା ଊତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଊକ୍ତ ସ୍ୱାଗତ ଊତ୍ସବକୁ ଭୂବନେଶ୍ୱରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଜନନେତା ଡଃ ପ୍ରସନ୍ନ କୁମାର ପାଟଶାଣୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଊଦ୍‌ଘାଟନ କରିଥିଲେ । ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ନିମନ୍ତ୍ରିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସଂଗେ ସଂଗେ ନବାଗତ ସ୍ନାତକୋତର ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରପଂରୁ ସ୍ୱାଗତ କରିବା ସହିତ ପବିତ୍ର ଗୁରୁଦିବସ ଅବସରରେ ସମସ୍ତଙ୍କ ଊଜ୍ଜ୍ୱଳ ଭବିଷ୍ୟତ କାମନା
କରିଥିଲେ ।

ଊକ୍ତ କାର୍ଯ୍ୟକ୍ରମରେ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରପେଂସର୍ ପ୍ରଭାତ କୁମାର ରାଊଳ ମୁଖ୍ୟ ଅତିଥି, ଓଡିଶାର ପୂର୍ବତନ ସୂଚନା କମିସନର୍ ଶ୍ରୀଯୁକ୍ତ ଦିଲୀପ କୁମାର ବିଶୋୟୀ ଓ ଅମନ୍ୟା କର୍ପୋରେସନ ୟୁଏସର ବୋର୍ଡ ମେମ୍ବର ଶ୍ରୀଯୁକ୍ତ ପାର୍ଥ ସାରଥି ମିଶ୍ର ଯଥାକ୍ରମେ ସମ୍ମାନୀତ ଅତିଥି
ଭାବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ସ୍ନାତକୋତର ଶିକ୍ଷା ଲାଭ କରି ଛାତ୍ରଛାତ୍ରୀମାନେ କିପରି ଆନ୍ତଃରାଷ୍ର୍ଟିୟ ଓ ବହୁରାଷ୍ର୍ଟିୟ କମ୍ପାନୀରେ ନିଯୁକ୍ତି ପାଇପାରିବେ ତାହା ସେମାନେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଅନୁଷ୍ଠାନର ସହ ପ୍ରତିଷ୍ଠାତା ପ୍ରପେଂସର୍ ସ୍ମୃତିସୁଧା ନାୟକ ନିମନ୍ତ୍ରୀତ ଅତିଥିମାନଙ୍କୁ ମାନପତ୍ର ଓ ଊପଢୌକନ ଦେଇ ସମ୍ମାନୀତ କରିଥିଲେ । ଊକ୍ତ କାର୍ଯ୍ୟକ୍ରମରେ ଡେପୁଟି ଡାଇରେକ୍ଟର ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ରାଜେସ ସାଇଁ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିବା ସହ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ନୀତି, ନିୟମ ଓ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ
ବଳିଷ୍ଠ ମନ୍ତବ୍ୟ ପ୍ରଦାନ କରିଥିଲେ ।

ସ୍ୱାଗତ ଊତ୍ସବର ଅନ୍ତିମ ପ୍ରର୍ଯ୍ୟାୟରେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରପେଂସର ଡଃ ଶ୍ରଦ୍ଧାଞ୍ଜଳୀ ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶପଥପାଠର ଆୟୋଜନ କରାଯିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁଦିବସ ଊପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।

Leave A Reply

Your email address will not be published.