ଜୀ ସାର୍ଥକର ନମ୍ବର ୧ ମେଗା ଧାରାବାହିକ ‘ସୁନାଝିଅ’ କାହାଣୀରେ ଆସିବ ବଡ଼ ଟ୍ଵିଷ୍ଟ।
ଭୁବନେଶ୍ୱର (ଆମ ଟିଭି): ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଏହା ସହିତ ଦର୍ଶକେ କେମିତି କାହାଣୀ ମାଧ୍ୟମରେ ଉପକୃତ ହୋଇପାରିବେ ତା ବିଷୟରେ ମଧ୍ୟ ଧ୍ୟାନ ରଖଯାଉଛି । ଏମିତି ଏକ ମନଛୁଆଁ ଧାରାବାହିକ ହେଉଛି ସୁନା ଝିଅ। ଯାହାକୁ ଓଡ଼ିଆ ଦର୍ଶକଙ୍କ ପାଖରୁ ମିଳିଆସୁଛି ଅଶେଷ ଭଲପାଇବା। ଏବେ ଏହି ଧାରାବାହିକରେ ଦର୍ଶକେ ଦେଖିବାକୁ ପାଇବେ ଏକ ରୋଚକ କାହାଣୀ। କାହାଣୀର ମୋଡ଼ ହେବ ପରିବର୍ତନ।

ଏକ ଦୁର୍ଘଟଣାରେ ପ୍ରିୟା ନିଜର ସ୍ମରଣ ଶକ୍ତି ହରେଇବସିଛି ଏବେ ନିଜ ମା ସହିତ ସମୟ ଅତିବାହିତ କରୁଛନ୍ତି। ଅତୀତରେ ଘଟିଥିବା କୌଣସି ଘଟଣା ତାଙ୍କର ମନେ ନାହିଁ। ଏହା ମଧ୍ୟରେ ବିଷ୍ଣୁଙ୍କ ଦୁଇ ଝିଅ, ଅଂଶୁ ଓ ବଂଶୁର ଶିକ୍ଷକ ହୋଇଛନ୍ତି ପ୍ରିୟା। ପ୍ରିୟା ମନରେ ବିଷ୍ଣୁ ପ୍ରତି ଭାବନା ଥାଇ ମଧ୍ୟ ସେ ଚୁପ ଏହା ପଛରେ ରହିଛି ଭବାନୀକୁ କରିଥିବା ପ୍ରତିଜ୍ଞା ଯେ ବିଷ୍ଣୁ ଓ ସୁଶ୍ମୀତାକୁ ଏକାଠି କରିବା। ଏହା ମଧ୍ୟରେ ଡିଏମ ମୃତ୍ୟୁଞ୍ଜୟ ପାଲଟିଛନ୍ତି ପ୍ରିୟାର ଖୁବ ଭଲ ସାଥି। ସେ ପ୍ରିୟାକୁ ସବୁବେଳେ ତାର ଅତୀତ ସହ ଯୋଡି ହୋଇଥିବା କାହାଣୀକୁ ଏକ ନୂଆ ରୂପରେ ପରିପ୍ରକାଶ କରି ପ୍ରିୟାକୁ ତାର ସ୍ମରଣ ଶକ୍ତି ମନେ ପକେଇବାକୁ ଚେଷ୍ଟା କରନ୍ତି ।

ତେବେ ପ୍ରିୟା କଣ ସବୁ କଥା ମନେ ପକେଇପାରିବେ ଅତୀତରେ ଘଟିଥିବା ସବୁ ରହସ୍ୟ ପଛରୁ କଣ ପରଦା ଉଠିପାରିବ। ନିଜ ମାଆ ର ଭଲ ପାଇବା କୁ କଣ ଫେରିପାଇବେ ଅଂଶୁ ଓ ବଂଶୁ ? ଏହିଭଳି ରୋଚକ କାହାଣୀର ଯାତ୍ରାରେ ଓଡି଼ଶାର ଦର୍ଶକ ସାମିଲ ହେବା ସହିତ ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।