ମୁରବି ବିହୀନ ରାଜ୍ୟ କଂଗ୍ରେସ

0

ରାଜ୍ୟ କଂଗ୍ରେସକୁ ମିଳୁନି ମୁଖିଆ। ୫୦ ଦିନ ହୋଇଗଲା, ବିନା ନେତୃତ୍ୱରେ ଦଳ ଏକ ପ୍ରକାର ଦିଗହରା ହୋଇଯାଇଛି। ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗତ ଅନେକ ରହିଛି । ହେଲେ ପ୍ରତିବାଦର ମାଧ୍ୟମ କଣ ହେବ ତାହା କିଏ କହିବ? ଏଆଇସିସିର ଅବହେଳାକୁ ନେଇ ଦଳ ଭିତରରେ ବି ପ୍ରତିକ୍ରିୟା ପ୍ରକାଶ ପାଇଲାଣି ।

୫୦ ଦିନ ହେବ ମୁରବୀ ବିହୀନ ଓଡ଼ିଶା କଂଗ୍ରେସ

ସଭାପତି ନାଁକୁ ନେଇ ଏବେ ବି ସସ୍‌ପେନ୍ସ

ଓଡ଼ିଶା କଂଗ୍ରେସରେ ଚାଲିଛି କଣ? ତାହା ଏବେ ବି କର୍ମୀଙ୍କ ପାଇଁ ଅସ୍ପଷ୍ଟ। ପିସିସି କମିଟି ଭାଙ୍ଗିବାର ୫୦ ଦିନ ବିତିଗଲାଣି, କିନ୍ତୁ କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଷ୍ଟିୟରିଂ କମିଟି ଗଠନ କରି ଯେପରି କାମ ସାରି ଦେଇଛି ଏଆଇସିସି। ଯାହାର ପ୍ରଭାବ କଂଗ୍ରେସ ଭବନକୁ ଦେଖିଲେ ବାରି ହୋଇପଡୁଛି। ଖାଁ ଖାଁ କଂଗ୍ରେସ ଭବନ। ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ହେଉନଥିବାରୁ କର୍ମୀ ମଧ୍ୟ ପୂରା ସାଇଲେଣ୍ଟ। ଏସବୁ ଭିତରେ ପିସିସି ସଭାପତି ଚୟନ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

 

ଆଶାୟୀ ଅଧିକ ନା ଯୋଗ୍ୟ ଚେହେରା ପାଉନି କଂଗ୍ରେସ?

ନିଜ ନିଜ ସ୍ତରରେ ଲବି କରି ନେତା ଫେଲ୍

ଏଆଇସିସି ପକ୍ଷରୁ ପିସିସି ସଭାପତି ଚୟନ ନେଇ ପୂର୍ବରୁ କସରତ ହୋଇଥିଲେ ମଧ୍ୟ ଏହାର ନିଷ୍କର୍ସ ବାହାରି ପାରିନି। ଏହା ପଛରେ ଅନେକ କାରଣ ଥିବା କୁହାଯାଉଛି…

ପିସିସି ସଭାପତି ରେସରେ ରହିଛି ଅନେକ ନେତାଙ୍କ ନାଁ

ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ନିର୍ବାଚନ ଲଢୁଥିବାରୁ ସଭାପତି ନାଁକୁ ନେଇ ହୋଇପାରୁନି ମାନସ ମନ୍ଥନ

ଏସବୁ ଭିତରେ ପିସିସି ସଭାପତି ଚୟନ ବିଳମ୍ବ ପାଇଁ ୪ ରାଜ୍ୟର ନିର୍ବାଚନକୁ ଆଳ କରିଛନ୍ତି ପୂର୍ବତନ ପିସିସି ସଭାପତି। ତେବେ କିଛି ଦିନ ପୂର୍ବରୁ ମୋକିମଙ୍କ ନେତୃତ୍ୱରେ ଇଡି ଅଫିସ ଘେରାଉ କରି କେନ୍ଦ୍ର ବିରୋଧରେ ଗର୍ଜିଥିଲା କଂଗ୍ରେସ। କିନ୍ତୁ ଏବେ ପ୍ରସଙ୍ଗ ଅନେକ ରହିଥିଲେ ବି ନେତୃତ୍ବ ଅଭାବରୁ ଦଳ ନିରବ ରହିଛି।

Leave A Reply

Your email address will not be published.