ଇସ୍ତଫା ଦେବାର ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ(ଆମ ଟିଭି): ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ବାହାରକୁ ଆସିବାର ଦିନକ ପରେ କେଜ୍ରିୱାଲ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଏହା ସହ କେଜ୍ରିୱାଲ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଥିଲେ।

କେଜ୍ରିୱାଲ ଦିଲ୍ଲୀର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଯଦି ଆପଣମାନେ ଭାବୁଛନ୍ତି ମୁଁ ସଚ୍ଚୋଟ, ତେବେ ବହୁ ସଂଖ୍ୟାରେ ମୋତେ ଭୋଟ୍ ଦିଅନ୍ତୁ। ନିର୍ବାଚିତ ହେବା ପରେ ମୁଁ ସିଏମ୍ ଚେୟାରରେ ବସିବି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ତଫା ଦେବା ପରେ ଅରବିନ୍ଦ କେଜ୍ରିୱାଲ ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ। ତାଙ୍କର ନୂତନ ବାସଭବନ ବିଷୟରେ ମଧ୍ୟ ଆଲୋଚନା ହେଉଛି ଯେ ସେ ଦିଲ୍ଲୀର ଏକ ପୃଥକ ବାସଭବନରେ ରହିବେ ଏବଂ ସେଠାରୁ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।

କେଜ୍ରିୱାଲଙ୍କ ଇସ୍ତଫା ପଦକ୍ଷେପ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କେଜ୍ରିୱାଲ ଦିଲ୍ଲୀରେ ଶୀଘ୍ର ନିର୍ବାଚନ ଚାହୁଁଛନ୍ତି ଏବଂ ହରିୟାଣାରେ ତାଙ୍କ ଇସ୍ତଫା ପଦକ୍ଷେପର ପ୍ରଭାବ କ’ଣ ହେବ ସେ ନେଇ ରାଜ‌ୈନତିକ ମହଲରେ ଚର୍ଚ୍ଚା ଜାରି ରହିଛି। କେଜ୍ରିୱାଲଙ୍କ ପଦକ୍ଷେପକୁ ସବୁଠାରୁ ବଡ଼ ବଳିଦାନ ବୋଲି ଆପ୍ କହୁଥିବାବେଳେ ବିଜେପି ଏହାକୁ ବାଧ୍ୟତାମୂଳକ ନିଷ୍ପତ୍ତି ବୋଲି କହିଛି।

Leave A Reply

Your email address will not be published.