ନିଆରା ଢଙ୍ଗରେ “ଖୋକା ଭାଇ ତମ ପାଇଁ” ଫିଲ୍ମ ପ୍ରଚାର*
“ଖୋକା ଭାଇ ତମ ପାଇଁ” ଚଳଚ୍ଚିତ୍ର ଦଶହରା ପୂଜା ବଜାରରେ ମୁକ୍ତିଲାଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବିଭିନ୍ନ ଆକର୍ଷଣୀୟ ଗଣେଶ ପୂଜା ମେଢ଼ମାନଙ୍କରେ ଶ୍ରଦ୍ଧାଳୁ ତଥା ସିନେପ୍ରେମୀଙ୍କ ଗହଣରେ ପ୍ରଚାର ଓ ପ୍ରସାର ଆରମ୍ଭ କରିଛି ପୁରା ଟିମ୍ l ଶୁଭେନ୍ଦୁ ସାହୁ ଓ ବିଷ୍ଣୁପ୍ରିୟା ସାହୁଙ୍କ ପ୍ରଯୋଜିତ “ଖୋକା ଭାଇ ତମ ପାଇଁ” ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ପାଇଁ ଆରମ୍ଭ ହୋଇଥିବା ନିଆରା ପ୍ରଚାର ଶୈଳୀ ଖୋକା ଭାଇ ତମ ପାଇଁ ସଂଗୀତ ପ୍ରତିଯୋଗିତା ମାଧ୍ୟମରେ ନୟାପଲ୍ଲୀ ନୁଆସାହି ସ୍ଥିତ ଅନୁଷ୍ଠିତ ହୋଇଥିବା ୫୬ ଫୁଟ ଗଣେଶ ପୂଜା ମଣ୍ଡପ ଠାରେ ପହଞ୍ଚିହିଲେ ଖୋକା ଭାଇ ତମ ପାଇଁ ଟିମ୍ l ଖୋକା ଭାଇଙ୍କୁ ଭଲ ପାଉଥିବା ପ୍ରତିଯୋଗୀ ମାନଙ୍କ ଠାରୁ ସଙ୍ଗୀତ ଭିତ୍ତିକ ବିଭିନ୍ନ ଭିଡ଼ିଓ ସଂଗ୍ରହ କରାଯାଉଛି l ଯେଉଁ ପ୍ରତିଯୋଗୀ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଦଶହରା ରେ ପୁରସ୍କୃତ କରାଯିବା ସହ ତାଙ୍କ ଅଞ୍ଚଳ ରେ ଥିବା ପ୍ରେକ୍ଷାଳୟ ରେ ପରିବାର ବର୍ଗ ଙ୍କ ସହିତ ଖୋକା ଭାଇ ତମ ପାଇଁ ସିନେମା ଦେଖିବାପାଇଁ ନିମନ୍ତ୍ରଣ କରାଯିବ l
ପ୍ରଚାର ଓ ପ୍ରସାର ପାଇଁ “ଖୋକା ଭାଇ ତମ ପାଇଁ” ର ମୁଖ୍ୟ ନାୟକ ଚକୋଲେଟ ହିରୋ ସ୍ୱରାଜ ଏବଂ ନାୟିକା ଲକି ମନୀଷା ଙ୍କ ସମେତ ଉପାସନା ମହାନ୍ତି, ଅଭିନେତା ସରୋଜ ସାହୁ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ, ଗଣେଶ ପୂଜା କମିଟି ର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବଡ଼ଜେନା, ଉପସଭାପତି ସୁପ୍ରଭାତ ପ୍ରଧାନ, ସୁମନ୍ତ ସାମନ୍ତରାୟ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ନାୟକ, କାର୍ଯ୍ୟକାରିଣୀ ସମ୍ପାଦକ ସାଗର ବଳବନ୍ତରାୟ, ସନ୍ଦୀପ କୁମାର ବଳ, ସାଂସ୍କୃତିକ ସମ୍ପାଦକ ସ୍ୱାଗତ ରାଜଦର୍ଶୀ ଏବଂ ମିଡ଼ିଆ କୋଅର୍ଡିନେଟର ସୋନୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l