କାଲି ପୁଣି ଖୋଲିବ ରତ୍ନଭଣ୍ଡାର । ସୁଡ଼ଙ୍ଗର ରହସ୍ୟ ଭେଦ କରିବ ଏଏସଆଇ

0

ଆସନ୍ତ ୨୧ ତାରିଖରୁ ୨୩ ଯାଏ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୱାଡ ନେତାମାନଙ୍କ ୪ର୍ଥ ସମ୍ମିଳନୀରେ ଯୋଗ ଦେବାକୁ ସେ ଆମେରିକା ଯାଉଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ମଧ୍ୟ ସମ୍ବୋଧନ କରିବେ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆୟୋଜନ କରୁଥିବା କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ। ୱିଲମିଙ୍ଗଟନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। କ୍ୱାଡରେ ଭାରତ ବ୍ୟତୀତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତ।

ବୈଠକରେ କ୍ୱାଡ ବର୍ଷକ ମଧ୍ୟରେ କ’ଣ ସବୁ ହାସଲ କରିଛି, ତା’ ଉପରେ ଆଲୋଚନା ହେବ। ସେହିପରି ବିକାଶ ପାଇଁ ଆଗାମୀ ଦିନର ଏଜେଣ୍ଡାକୁ ଧାର୍ଯ୍ୟ କରାଯିବ। ୪ର୍ଥ କ୍ୱାଡ ସମ୍ମିଳନୀ ଆମେରିକା ଆୟୋଜନ କରୁଥିବା ବେଳେ ପରବର୍ତ୍ତୀ ସମ୍ମିଳନୀ ଭାରତ ହୋଷ୍ଟ କରିବ।

ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ମହାସଭାରେ ଆୟୋଜିତ ‘ଭବିଷ୍ୟତର ସମ୍ମିଳନୀ’ ଶୀର୍ଷକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ଏଥିରେ ଅନେକ ବିଶ୍ୱ ନେତା ଯୋଗଦେବେ।

Leave A Reply

Your email address will not be published.