ତାଇୱାନ ଉପରେ ଅମେରିକାର ନଜର: ନାନ୍ସି ପେଲୋସିଙ୍କ ପରେ ପହଞ୍ଚିଲେ ଆମେରିକା ସାଂସଦ ପ୍ରତିନିଧିମଣ୍ଡଳ

0

ନୂଆଦିଲ୍ଲୀ (ଆମ ଟିଭି): ତାଇୱାନ ଉପରେ ନଜର ପକାଇଛି ଆମେରିକା । ଆମେରକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତର ୧୨ ଦିନ ପରେ ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନରେ ପହଞ୍ଚିଛନ୍ତି । ତାଇୱାନ ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଆମେରିକା ସାଂସଦଙ୍କ ଏହି ଯାତ୍ରା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇପେ ଯାତ୍ରାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ହେଉଛି ।

ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନ ପହଞ୍ଚିବା ପରେ ସେଠାରେ ତାଇୱାନ ସେନା ୟୁଇ ତାଙ୍କ ସ୍ୱାଗତ କରିଥିଲେ। ଏହାସହ ସେ କହିଥିଲେ, ‘ଆମେ ଆମ ପୁରୁଣା ବନ୍ଧୁ ଏବଂ ଅତୁଟ ସମର୍ଥନ ପାଇଁ ସମାନ ବିଚାରଧାରା ରଖୁଥିବା ସାଂସଦଙ୍କୁ ଧନ୍ୟବାଦ ଜଣାଉଛି’। ଆମେରିକା ବାଚସ୍ପତି ନାନ୍ସି ପାଲେସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ଆମେରିକା ମଧ୍ୟରେ ଚିକ୍ତତା ଚରମରେ ପହଞ୍ଚିଛି। ନାନ୍ସି ପେଲୋସିଙ୍କ ଯାତ୍ରାକୁ ଚୀନର ସାର୍ବଭୌମତ୍ୱର ଉଲ୍ଲଂଧନ ବୋଲି ବେଜିଂ କହିଥିଲା।

 

Leave A Reply

Your email address will not be published.