ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ, ଦଳର ପ୍ରଥମ ସଭ୍ୟ ହେଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ବିଜେଡିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରଥମ ସଭ୍ୟ ହେଲେ ନବୀନ ପଟ୍ଟନାୟକ । ତାଙ୍କ ସଦସ୍ୟତାର ନବୀକରଣ କରି ଏକାମ୍ରରୁ ରାଜ୍ୟର ପ୍ରଥମ ସଦସ୍ୟ ହେଲେ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହାର ଶୁଭାରମ୍ଭ ହୋଇଛି। ଏହା ସହ ଜିଲ୍ଲା ସଦର ମହକୁମାରେ ସଭ୍ଯ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଫୋକସରେ ଅଛନ୍ତି ଛାତ୍ର ଓ ମହିଳା।

ଉଭୟ ଅନଲାଇନ ଓ ଅଫଲାଇନ୍ ରେ ସଭ୍ଯ ସଂଗ୍ରହ କରାଯିବ। କୋଟିଏ ସଭ୍ଯ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ବିଜେଡି। ପ୍ରଥମ ସଦସ୍ୟତା ନବୀକରଣ କରିବେ ନବୀନ। ପରେ ଦଳର ବରିଷ୍ଠ ନେତାମାନେ ସଦସ୍ୟତା ନବୀକରଣ କରିବେ। ଏହାପରେ ନୂଆ ସଦସ୍ୟ ପାର୍ଟି ସହ ଯୋଡ଼ି ହେବେ। ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ। ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ। ଉଭୟ ଅନଲାଇନ ଓ ଅଫ ଲାଇନରେ ସଦସ୍ୟ ଅଭିଯାନ ଚାଲିବ। ଏଥିରେ ଛାତ୍ର ଓ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ।

Leave A Reply

Your email address will not be published.