ରାହୁଲଙ୍କ ପାଇଁ ଜଲେବି ପଠାଇଲା ବିଜେପି

0

ନୂଆଦିଲ୍ଲୀ (ଆମ ଟିଭି):  କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଅଡୁଆ ସାଜିଛି ଜଲେବି। ହରିୟାଣା ଗୋହନାର ମାତୁରାମର ଜଲେବି ରାହୁଲ ଗାନ୍ଧିଙ୍କୁ ଭାରି ପଡିଲାଣି। ସେ ଯେବେଠୁ ମଞ୍ଚ ଉପରୁ ଜଲେବିରୁ ରୋଜଗାର ସମ୍ଭାବନା ଏବଂ ବଡ଼ ଫ୍ୟାକ୍ଟ୍ରି ଲଗାଇବାକୁ କହିଥିଲେ, ସୋସିଆଲ ମିଡିଆରେ ସେବେଠୁ ବିଭିନ୍ନ ପ୍ରକାରର ମିମ୍ସର ଝଡ଼ ସୃଷ୍ଟି ହୋଇଛି।

ହରଯିୟାଣା ବିଧାନସଭା ନିର୍ବାଚନରେ ଜଲେବି ପ୍ରସଙ୍ଗ ହଟ୍‌ ଟପିକ୍‌ ଥିଲା। ଏବେ କଂଗ୍ରେସ ହରିୟାଣାରେ ନିର୍ବାଚନ ହାରିବା ପରେ ବିଜେପି ଏହି ଜଲେବିକୁ ନେଇ ତାକୁ ଟାର୍ଗେଟ୍‌ କରିଛି। ରାହୁଲ ଗାନ୍ଧିଙ୍କ ଘରକୁ ବିଜେପି ଏକ କିଲୋ ଜଲେବି ପଠାଇଛି। ଏକଥା ଖୋଦ୍‌ ବିଜେପି ସୋଶାଲ ହ୍ୟାଣ୍ଡେଲରେ ଟ୍ୱିଟ୍‌ କରି ସୂଚନା ଦେଇଛି।

ହରିୟାଣାରେ ବିଜେପିର ହ୍ୟାଟ୍ରିକ୍‌ ପରେ ଦଳର ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟି ହରିୟାଣାର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀ ଜୀଙ୍କ ଘରକୁ ଜଲେବି ପଠାଯାଇଛି।’ ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ବିଜେପି ଟାର୍ଗେଟ୍‌ କରି ଏଭଳି ଟ୍ୱିଟ୍‌ କରିଛି। ବିଶେଷ କଥା ହେଉଛି ଏହି ଟ୍ୱିଟ୍‌ରେ ଅର୍ଡର ଡିଟେଲର ସ୍କ୍ରିନ୍‌ ସଟ୍‌ ମଧ୍ୟ ଆଟାଜ କରାଯାଇଛି, ଯେଉଁଥିରେ ଯେଉଁଥିରେ ୨୪ ଆକବର ରୋଡ ପାଇଁ କନଟ୍‌ ପ୍ଲେସ ବିକାନେରୱାଲା ମିଠା ଦୋକାନୀ ଠାରୁ ଜଲେବିଙ୍କ ଅର୍ଡର କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଜଲେବିର ମୂଲ୍ୟ ମଧ୍ୟ ଲେଖାଯାଇଛି, ୬୦୯ ଟଙ୍କା।

Leave A Reply

Your email address will not be published.