ଅନିଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କଲେ ସଲମାନ୍ ଖାନ

0

ବାବା ସିଦ୍ଧିକିଙ୍କୁ ହତ୍ୟା ପରେ ଉଡ଼ି ଯାଇଛି ଭାଇଜାନ୍ ସଲମାନଙ୍କ ନିଦ। ଅନିଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍ ଖାନ।

ମିଳିଥିବା ସୂଚନା ମୁତାବକ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭାଇଜାନ୍ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ବାନ୍ଦ୍ରା ଘରେ ଏକାକୀ ଗୋଟିଏ ରୁମରେ ରହୁଛନ୍ତି। ପରିବାର କିମ୍ବା ବାହାର ଲୋକଙ୍କ ସହ ସାକ୍ଷାତ ବି ସେ ବନ୍ଦ କରି ଦେଇଛନ୍ତି। ଗତକାଲି ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ବେଳେ ସଲମାନ ଖାନ୍ ଭାବବିହ୍ବଳ ହୋଇପଡ଼ିଥିଲେ। ଏପରିକି ତାଙ୍କ ଆଖିରେ ଲୁହ ଥିବା ବି ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ସଲମାନଙ୍କୁ ଏଭଳି ଏକାକୀ ଓ ଏତେ ଅସହାୟ ଦେଖି ଫ୍ୟାନ୍ ବି ଚିନ୍ତିତ ହୋଇପଡ଼ିଛନ୍ତି। ସଲମାନ ଓ ବାବା ସିଦ୍ଧିକି ବେଶ୍ ନିକଟତର ଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା।

ସେପଟେ ବାବା ସିଦ୍ଦିକି ହତ୍ୟା ଘଟଣାରେ ତନାଘନା ଚାଲିଛି। ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି। ହରିୟାଣାର ଗୁରୁମେଲ ଏବଂ ୟୁପିର ଧର୍ମରାଜକୁ ଗିରଫ କରିଛି ପୋଲିସ। ଅନ୍ୟ ଆରୋପୀ ଶିବକୁ ଧରିବାକୁ ଖୋଳତାଡ଼ ଚାଲିଛି। ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛି । ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି। ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିିଛି। ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି। ଧର୍ମରାଜ ସାବାଳକ ଜଣାପଡ଼ିବାପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୧ ଯାଏ ପୋଲିସ ହେପାଜତକୁ ତାକୁ ପଠାଇ ଦିଆଯାଇଛି

Leave A Reply

Your email address will not be published.