ଜଗତସିଂହପୁର ଜିଲ୍ଲାରେ ରାବଣ କିଏ ?

0

ଜଗତସିଂହପୁର ଜିଲ୍ଲାରେ ରାବଣ କିଏ? ଜିଲ୍ଲାରେ ମହିଷାସୁର କିଏ? କାହାକୁ ଆକ୍ଷେପ କରି ଏପରି କହିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ? ପାରାଦୀପରେ ଶିଳ୍ପମନ୍ତ୍ରୀଙ୍କ ରାବଣ ଉପାଖ୍ୟାନ ପରେ ଜଗସିଂହପୁରରେ ଅମରେନ୍ଦ୍ରଙ୍କ ମହିଷାସୁରବଧ ଆକ୍ଷେପକୁ ନେଇ ରାଜନୀତିରେ ନାନାଦି ଚର୍ଚ୍ଚା ହେଉଛି।

ରବିବାର ଜଗତସିଂହପୁରରେ ହୋଇଥିଲା ରାବଣ ପୋଡ଼ି ଉତ୍ସବ। ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ଅମରେନ୍ଦ୍ର ଦାସ ଓ ଅନ୍ୟମାନେ। ସଭା କାର୍ଯ୍ୟରେ ବିଧାୟକ ଶ୍ରୀ ଦାସ ପୌରାଣିକ କଥା ବସ୍ତୁରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ।

ପରେ ସେ କହିଥିଲେ, ପରିବର୍ତ୍ତନ ଆପଣ ଆଣିଛନ୍ତି ଏ ଜଗତସିଂହପୁର ଜିଲ୍ଲାରେ। ଏ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହେବ। ଆପଣଙ୍କୁ ଆଉ ତହସିଲ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ। ବ୍ଲକକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଥାନାରେ ଭଲ ବ୍ୟବହାର ମିଳିବ। ଏ ଆଶା ଆପଣମାନେ ରଖନ୍ତୁ। ଆମେ ସମସ୍ତେ ଆମ ଭିତରେ ଥିବା ଗର୍ବ ଓ ଅହଙ୍କାର (ରାବଣ ଓ ମହିଷାସୁର)କୁ ଏଇଠି ବଳି ଦେଇଯିବା। ଆଜି ଯେମିତି ଜଗତସିଂପୁର ଜିଲ୍ଲାରେ ମହିଷାସୁର ଓ ରାବଣ ବଧ ହେଉଛି ଓଡ଼ିଶା ମହିଷାସୁର ଓ ରାବଣ ଶାସନ ଭାରରୁ ମୁକୁଳିଛି। ଗରିବଙ୍କ ପାଇଁ ଏ ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ଗତକାଲି ପାରାଦୀପରେ ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ନାଁ ନନେଇ ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ସେ କହିଥିଲେ, ପାରାଦୀପରେ ରାବଣ କିଏ? ଏଠାକାର ଲୋକେ ଜାଣିଛନ୍ତି। ‘ମୁନ୍ନା ପତି ଓ ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟଦେହୀ ରାବଣ ଏଠି ବୁଲୁଛନ୍ତି। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପବାସୀଙ୍କ ପାଖରେ ମୁଁ ଏହି ସଂକଳ୍ପ କରୁଛି ବୋଲି ମନ୍ତ୍ରୀ କହିଥିଲେ।।

Leave A Reply

Your email address will not be published.