ଆଓ ନେକ୍ସ୍ଟ ଓ.ଟି.ଟି ପ୍ଲାଟଫର୍ମରେ ଅକ୍ଟୋବର ୧୫ରେ ଷ୍ଟ୍ରିମିଂ ହେବ “ଦମନ”* 

0

ଦୀର୍ଘ ବର୍ଷର ନୀରବତା ପରେ ଓଡିଶା ମାଟିର ଏକ ମୌଳିକ କାହାଣୀ କୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ” ଓଡିଶା ଚଳଚ୍ଚିତ୍ର ଜଗତ ପାଇଁ ପରିବର୍ତ୍ତନ ସୂତ୍ରଧର ସାଜିଥିଲା l ସୁପର ଡୁପର ହିଟ୍ ହୋଇ ସମଗ୍ର ଓଡ଼ିଶାରେ ଚହଳ ମଧ୍ୟ ସୃଷ୍ଟି କରିଥିଲା l ଓଡ଼ିଆ ସହିତ ହିନ୍ଦୀ ଭାଷାରେ ରିଲିଜ୍ ହୋଇ ଭଲ କଲେକ୍ସନ କରିଥିଲା l

ଚଳିତ ବର୍ଷ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଜାତୀୟ ପୁରସ୍କାର ଲାଭ କରି ଓଡିଶା ପ୍ରତି ଗୌରବ ଆଣିଦେଇଥିଲା l ଦମନ ମାଧ୍ୟମରେ ଦର୍ଶକ ପ୍ରେକ୍ଷାଳୟ ମୁହାଁ ହୋଇଥିଲେ l ତେବେ ପୁଣି ଥରେ ଆଓ ନେକ୍ସ୍ଟ ଓ ଟି ଟି ପ୍ଲାଟଫର୍ମରେ ଦର୍ଶକ ଆସନ୍ତା ୧୫ ଅକ୍ଟୋବର ରୁ ଦେଖିବାକୁ ପାଇବେ l ଯାହା ପ୍ରେସ ବିବୃତି ଜରିଆରେ ଆଓ ନେକ୍ସ୍ଟ ର ସି. ଇ. ଓ କୌଶିକ ଦାସ ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଜଣାଇଛନ୍ତି l

୨୦୨୨ ରେ ମୁକ୍ତିଲାଭ କରିଥିଲା ଦମନ l ଯାହା ଦର୍ଶକ ଙ୍କ ମନରୁ ଏବେ ବି ଲିଭିନାହିଁ l ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ଆଉ ନେକ୍ସ୍ଟ ପୂର୍ବରୁ ଅନେକ ସିନେମା ଦେଇଛି l ସ୍ୱଳ୍ପ ଖର୍ଚ୍ଚ ରେ ଦର୍ଶକ ଆଓ ନେକ୍ସ୍ଟ ରେ ଆସନ୍ତା ୧୫ ଅକ୍ଟୋବର ରୁ ଦମନ ଦେଖିବାକୁ ପାଇବେ ବୋଲି ଆଓ ନେକ୍ସ୍ଟ ର ସି.ଇ.ଓ କୌଶିକ ଦାସ ଗଣମାଧ୍ୟମ କୁ କହିଥିଲେ l

Leave A Reply

Your email address will not be published.