ପଲ୍ ହାଇଟ୍ସରେ ଅନୁଷ୍ଠିତ ହୋଇଛି ‘କୃତୀ’ କଫିର ଉଦଘାଟନ ଉତ୍ସବ 

0

ଭୁବନେଶ୍ୱର (ଆମ ଟିଭି): ‘କୃତୀ’କଫି ଭାରତର ଦୃତ ଓ ଅଭିବୃଦ୍ଧିଶୀଳ କଫି ଉଦ୍ୟୋଗ ମଧ୍ୟରୁ ଅନ୍ୟତମ । ଅକ୍ଟୋବର ୧୬ ୨୦୧୪ ରେ ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ପଲ୍ ହାଇଟ୍ସରେ ଏହାର ସ୍ଵତନ୍ତ୍ର କାଫେର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

‘କୃତୀ’କଫି ଏକ ସୁନ୍ଦର ପରିବେଶ ରେ ର ଆୟୋଜନ କରିଥିଲା ଏଥିରେ ଅତିଥୀ ଭାବେ କୃତୀ କଫି ଭୁବନେଶ୍ୱର ମୁଖ୍ୟ ତପନ ବାରିସଲ୍, ଅଭିନେତ୍ରୀ ପିହୁ ମହାପାତ୍ର ଯୋଗଦାନ କରିବା ସହିତ ଷ୍ଟୋର କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥି ସହ କୃତୀ କଫି ଭାରତର ପଞ୍ଚମ ବିଶ୍ଵ କଫି ସମ୍ମିଳନୀରେ କେନ୍ଦୀରିଗୁଡା, ପ୍ରାକୃତିକ କଫି ପ୍ରସ୍ତୁତ କରି ପ୍ରଥମ ଆରାବିକା ପ୍ରାକୃତିକ କଫି ଭାବରେ ପୁରସ୍କୃତ ହୋଇସାରିଛି ।

ଏହି କ୍ୟାଫେ ର ପ୍ରତିଷ୍ଠାତା ଡ଼. କାମାକ୍ଷା ଦାସ ବିଶ୍ଵର ପ୍ରଥମ କଫି କୌଶଳ ସଂସ୍ଥା ଏସ.ସି.ଏରୁ ପେଶାଦାର ସ୍ତରର ରୋଷ୍ଟିଂ ସମାପ୍ତ କରିଥିବା ସହ ଓଡ଼ିଶା ର ଆଦିବାସୀ ଅଞ୍ଚଳ ର କଫି କେମିତି ବିଶ୍ଵ ସ୍ତରରେ ନାମ ଅର୍ଜନ କରିବ ତା ପାଇଁ ସେ ଆଦିବାସୀ ଅଞ୍ଚଳ ରେ ଉତ୍ପାଦିତ କଫି କୁ ବିଶ୍ଵ କଫି ସମ୍ମିଳନୀ ରେ ଏବଂ ଗଲ୍ଫ ଫୁଡ୍ ଦୁବାଇ ଇତ୍ୟାଦିର ବିଶ୍ଵ ମଞ୍ଚ ରେ ପ୍ରଦର୍ଶିତ କରିଛନ୍ତି।

ବ୍ୟବସାୟ ମୁଖ୍ୟ ତପନ ବାରିସଲ ଉଲ୍ଲେଖ କରିଛନ୍ତି ଯେ କଫିର ସେବନ ଦ୍ବାରା ଉତ୍ତମ ସ୍ଵାଦ ସହିତ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ । ଆଗାମୀ ଦିନରେ ଏହାର ଫ୍ରାଞ୍ଚାଇଜ୍ ମଡେଲରେ ଆହୁରି ୧୫ ଗୋଟି ଆଉଟଲେଟ ଖୋଲିବା ସହ ୮ ଗୋଟି ନୂତନ ଉତ୍ପାଦ ସ୍ଥାପନ କରିବାକୁ ଯୋଜନା କରାଯାଇଛି ।

Leave A Reply

Your email address will not be published.