ପାଣ୍ଡିଆନ୍‌ ଆମର ନେତାନଥିଲେ, ଦେବାଶିଷ

0

ଲଗାତାର ଭାବେ ଗତ କିଛି ଦିନ ହେଲା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ବିଜେଡିକୁ କଟୁ ସମାଲୋଚନା କରୁଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ଙ୍କ ବିରୋଧରେ ବିଷୋଦଗାର କରୁଥିବା ଦେଖିବାକୁ ମିଳିଛି। ଆଜି ଏହାର ଜବାବ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ଉଭୟ ନେତାଙ୍କୁ ପ୍ରତି ଆକ୍ରମଣ କରିବା ସହିତ ସଫା ସଫା କହିଛନ୍ତି, ପାଣ୍ଡିଆନ୍‌ ଆମର ନେତାନଥିଲେ। ଯଦି ସତ୍‌ ସାହସ ଅଛି ନେତାଙ୍କୁ ଦୋଷ ଦିଅନ୍ତୁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ଗଣମାଧ୍ୟମକୁ ଦେବାଶିଷ ସାମନ୍ତରାୟ ଆଜି କହିଛନ୍ତି, ମତାମତ ଦେବା ପୂର୍ବରୁ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଭାବିବା ଉଚିତ ଥିଲା। ସବୁବେଳେ କ୍ଷମତା ଲୋଭି ହେବା ଉଚିତ ନୁହେଁ। ଏନ୍‌ସିପିରେ ଥିବା ବେଳେ ସେ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କୁ ଅନେକ ବିଷୋଦଗାର କରିଥିଲେ। ପୁଣି ବିଜେଡିକୁ କିପରି ଫେରିଲେ? ଠିକ୍‌ ସେମିତି ପ୍ରସନ୍ନ ପାଟ୍ଟଶାଣୀ ବିଜେଡିରୁ ଅନେକ ଫାଇଦା ପାଇଛନ୍ତି। ଅନେକ ବାର ସେ ସାଂସଦ ହୋଇଛନ୍ତି। ଦଳ ତାଙ୍କ ପାଇଁ ଅନେକ ପରିଶ୍ରମ କରି ସାଂସଦ କରିଛି। ଆଜି ଟିକେଟ ନ ମିଳିବାରୁ ସେ ଦଳ ଛାଡ଼ିଦେବା କେତେଦୂର ଯୁକ୍ତିଯୁକ୍ତ ବୋ ସେ ପ୍ରଶ୍ନ କରିଛନ୍ତି।

ଭି.କେ ପାଣ୍ଡିଆନ୍‌ଙ୍କୁ ନେଇ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ମନ୍ତବ୍ୟ ଉପରେ ଶ୍ରୀ ସାମନ୍ତରାୟ କହିଛନ୍ତି, ଯଦି ଦୋଷ ଦେବାର ସତ୍‌ସାହସ ଅଛି, ତାହାହେଲେ ନିଜ ନେତାଙ୍କୁ ଦୋଷ ଦିଅ। ପାଣ୍ଡିଆନ୍‌ ଆମ ନେତା ନଥିଲେ। ପାଣ୍ଡିଆନ୍‌ କେବେ ବି ନେତା ନଥିଲେ। ଆମ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଏବେ ରାଜ୍ୟବାସୀ ବିଜେଡିକୁ ବିରୋଧୀ ଦଳର କାମ କରିବା ପାଇଁ ଭୋଟ ଦେଇଛନ୍ତି। ତେଣୁ ଦଳ ସୁସଙ୍ଗଠିତ ହେଉଛି। ବର୍ତ୍ତମାନ ଯିଏ ଛାଡ଼ିବା କଥା ଛାଡ଼ନ୍ତୁ। ଦଳ ପାଇଁ କିଛି ଫରକ ପଡ଼ିବ ନାହିଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

Leave A Reply

Your email address will not be published.