ଖୁସିର ଭାବନା ଜାଗ୍ରତ କରିଛି ପାଲିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପାଲିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଲୋକଙ୍କ ମଧ୍ୟରେ ଖୁସିର ଭାବନା ଜାଗ୍ରତ କରିଛି।

ଶ୍ରୀଲଙ୍କାର କଲମ୍ବୋରେ ଭାରତୀୟ ହାଇକମିସନଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀଲଙ୍କାର ରାଜଧାନୀରେ ‘ପାଲି ଏକ ଶାସ୍ତ୍ରୀୟ ଭାଷା ଭାବରେ’ ଶୀର୍ଷକ ଏକ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ପଣ୍ଡିତ ଏବଂ ବୌଦ୍ଧଭିକ୍ଷୁମାନଙ୍କୁ ସେ କୃତଜ୍ଞତା ଜଣାଉଛନ୍ତି। ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ପକ୍ଷରୁ ଏହି ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.