LOC ନିକଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ, ୨ ଶ୍ରମିକ ମୃତ

0

ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ ଶହୀଦ ହୋଇଥିବାବେଳେ ସେନାରେ କାର୍ଯ୍ୟ କରୁଥିବା ଦୁଇଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁଇ ଯବାନ ଆହତ ହୋଇଛନ୍ତି।

କୁହାଯାଉଛି ଯେ ଏଲଓସି ନିକଟ ବୋଟାପଥର ଗୁଲମର୍ଗର ନାଗିନ ପୋଷ୍ଟ ଅଞ୍ଚଳ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରାଯାଇଥିଲା। ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି। ତେବେ ସେନା ପକ୍ଷରୁ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏହା ଅନୁପ୍ରବେଶ ପାଇଁ ଏକ ପ୍ରୟାସ ହୋଇପାରେ।

ଏହି ଆକ୍ରମଣକୁ ନେଇ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଉତ୍ତର କଶ୍ମୀରର ବୋଟାପଥର ଗୁଲମର୍ଗର ନାଗିନ ପୋଷ୍ଟ ଅଞ୍ଚଳରେ ସେନା ଗାଡି ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଖବର, ଯେଉଁଥିରେ ଯବାନ ଶହୀଦ ହୋଇଛନ୍ତି। କଶ୍ମୀରରେ ସମ୍ପ୍ରତି ହୋଇଥିବା ଏହି ଆକ୍ରମଣ କ୍ରମଶଃ ଚିନ୍ତାର ବିଷୟ ହୋଇଛି। ମୁଁ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ଏବଂ ଯେଉଁମାନେ ଏଥିରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପ୍ରିୟଜନଙ୍କୁ ମୋର ସମବେଦନା ଜଣାଉଛି । ମୁଁ ମଧ୍ୟ ପ୍ରାର୍ଥନା କରୁଛି ଯେ ଆହତ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

Leave A Reply

Your email address will not be published.