ପୁରୀ ଆସିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

0

ପୁରୀ (ଆମ ଟିଭି): ମହାପ୍ରଭୁଙ୍କ କୃପାରୁ ବାତ୍ୟା ଦାନାର‌ ପ୍ରଭାବ ପୁରୀରେ ପଡ଼ିନାହିଁ । ଏଣୁ ପର୍ଯ୍ୟଟକମାନଙ୍କୁ ପୁରୀ ଆସିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ କୋହଳ କରାଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି ।

ବାତ୍ୟା ଯୋଗୁ ପୁରୀ ଛାଡି ପର୍ଯ୍ୟଟକ ମାନଙ୍କୁ ନିଜ ଘରକୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ତେଣୁ ଏବେ ପର୍ଯ୍ୟଟକ ମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର କୂଳରେ ବୁଲାବୁଲି କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ ନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସମୁଦ୍ର କୂଳରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ ଅଛନ୍ତି ।

ସେପଟେ ଆସନ୍ତା କାଲି ଠାରୁ ହବିଷ୍ୟାଳୀ ମା ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ ବାତ୍ୟା ଯୋଗୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିର ବନ୍ଦ ଥିବା ବେଳେ ଆଜି ପୂର୍ବାହ୍ନ ସାଢେ଼ ଏଗାରଟା ରୁ ଏହା ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଛି।

Leave A Reply

Your email address will not be published.