ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

0

ନୂଆଦିଲ୍ଲୀ (ଆମ ଟିଭି) : ଜର୍ମାନ ଚାନ୍ସେଲର ଓଲାଫ ସୋଲଜ୍ ୩ ଦିବସୀୟ ଭାରତ ଯାତ୍ରାରେ ଦିଲ୍ଲୀ ପହଞ୍ଚିଛନ୍ତି। ଏଠାରେ ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି। ସୋଲଜ୍ ଗୁରୁବାର ଦିଲ୍ଲୀ ପହଞ୍ଚିଥିଲେ। ତାଙ୍କୁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସ୍ୱାଗତ କରିଥିଲେ। ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ସୋଲଜ୍ ସପ୍ତମ ଇଣ୍ଟର ଗଭର୍ଣ୍ଣମେଣ୍ଟ କନସଲଟେସନ ଆଣ୍ଡ ଜର୍ମାନ ଟ୍ରେଡ ର ଅଷ୍ଟାଦଶ ଏସିୟା ପ୍ରସାନ୍ତ ସମ୍ମିଳନୀ (ଏପିକେ-୨୦୨୪) ଲାଗି ଦିଲ୍ଲୀ ଆସିଛନ୍ତି।

ସୂତ୍ର ଅନୁସାରେ ଉଭୟ ନେତାଙ୍କ ବୈଠକରେ ରକ୍ଷା, ବ୍ୟାପାର ଓ କ୍ଲିନ ଏନର୍ଜୀ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷୀୟ ରଣନୈତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ବ୍ୟାପକ ଚର୍ଚ୍ଚା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ଚାନ୍ସେଲର ସୋଲଜ୍ ସପ୍ତମ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ କନସଲ୍ଟେସନ (ଆଇଜିସି)ରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକ ଦୁଇବର୍ଷରେ ହୋଇଥାଏ। ଗତଥର ଏହାର ଆୟୋଜନ ମେ ୨୦୨୨ରେ ବର୍ଲିନରେ ଅନୁଷ୍ଠିତ ହୋଇଥିଲା।

ଏହା ପୂର୍ବରୁ ଭାରତରେ ଜର୍ମାନର ରାଜଦୂତ ଫିଲିପ ଏକରମ୍ୟାନ ବୁଧବାର କହିଥିଲେ ଯେ ଜର୍ମାନ ମନ୍ତ୍ରୀମଣ୍ଡଳ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ‘ଫୋକସ ଅନ ଇଣ୍ଡିଆ’କୁ ଅନୁମତି ଦେଇଛି, ଯେଉଁଥିରେ ସବୁ ମନ୍ତ୍ରାଳୟ ଓ ବିଭାଗ ଏହି କଥାରେ ସହମତ ହୋଇଛନ୍ତି ଯେ ଦ୍ୱିପାକ୍ଷୀୟ ସମ୍ପର୍କକୁ କିପରି ଆଗାମୀ ସ୍ତର ପର୍ଯ୍ୟନ୍ତ ନିଆଯାଇପାରିବ। ଏକରମ୍ୟାନ କହିଥିଲେ ଯେ ଆମ ପାଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ଯାହା ଉପରେ ଶୁକ୍ରବାର ଚର୍ଚ୍ଚା କରାଯିବ। ସେହି ଅନୁସାରେ ଶୁକ୍ରବାର ସୋଲଜ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

Leave A Reply

Your email address will not be published.