ଦୁର୍ଗା ଫିଲ୍ମ ର ବିଶେଷ ପ୍ରଦର୍ଶନ ବିଶିଷ୍ଟ ବ୍ୟକ୍ତି, ମିଡ଼ିଆ ବ୍ୟକ୍ତିତ୍ୱ ଙ୍କ ଭୂୟସୀ ପ୍ରଶଂସା , ୨୬ ତାରିଖ ସନ୍ଧ୍ୟାରେ ହେବ ସାରା ରାଜ୍ୟରେ ପ୍ରଦର୍ଶନ 

0

ପ୍ରଯୋଜକ କୁମାର ପ୍ରିତମ ଦର୍ଶକଙ୍କୁ କାଳୀପୂଜା ରେ ଭେଟି ଦେଇଛନ୍ତି ଓଡ଼ିଆ ସିନେମା ଦୁର୍ଗା । ଅକ୍ଟୋବର 26 ତାରିଖରେ ସାରା ରାଜ୍ୟରେ ମୁକ୍ତିଲାଭ କରିବାକୁ ଥିବା ଏହି ଓଡ଼ିଆ ଚଳଚ୍ଚିତ୍ର ‘ଦୁର୍ଗା’ 25 ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ସ୍ଵାତି ପ୍ରେକ୍ଷାଳୟରେ ଏହାର ବିଶେଷ ପ୍ରଦର୍ଶନ ହୋଇଥିଲା.ଅନେକ ବିଶିଷ୍ଟ ବ୍ୟକ୍ତି, ମିଡ଼ିଆ ବ୍ୟକ୍ତିତ୍ୱ ଏଥିରେ ଯୋଗ ଦେଇ ଚଳଚ୍ଚିତ୍ର ଦେଖିବା ସହିତ ସିନେମା ଓ ଅଭିନେତା ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ.

ଏହି ଚଳଚ୍ଚିତ୍ର ଦୁର୍ଗା ସମ୍ପୂର୍ଣ୍ଣ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଅଭିନେତ୍ରୀ ପୁନମ ମିଶ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଦୁଇ ଅଭିନେତା ଅଭିଷେକ ଗିରି ଓ ରାଜ ରାଜେଶଙ୍କୁ ଦେଖିବାକୁ ମିଳିବ। ଅନସ୍ମିଶ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜକ ରହିଛନ୍ତି ପ୍ରୀତମ ସାହୁ। ନିର୍ଦ୍ଦେଶକ ତାପସ ସରଘରିଆ ରହିଥିବାବେଳେ ଅନ୍ୟ ଭୂମିକାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଇଷା ତଲଵାର , ସରୋଜ ପରିଡା,ହରିହର ମହାପାତ୍ର, ଶକ୍ତି ବରାଳ, ବିଦୁସ୍ମିତା, ପୃଥ୍ୱୀରାଜ ନାୟକ,ପୁଷ୍ପା ପଣ୍ଡା, ଇଲୁ ବାନାର୍ଜୀ, ଅର୍ପଣ ମିଶ୍ର, ଶମ୍ଭୁ ହୋତା, ପପୁ ଙ୍କ ଭଳି ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ।ଫୋଟୋଗ୍ରାଫି ରଂଜିତ ସାହୁ କରିଥିଲା ବେଳେ ଏଡିଟିଂ କରିଛନ୍ତି ରାଜେଶ ଦାସ. କ୍ରିଏଟିଭ ପବ୍ଲିସିଟି ହେଡ଼ ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର.

ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତ ଗୁଡିକୁ ସୁନ୍ଦର ଶବ୍ଦରେ ସଜେଇଛନ୍ତି ଗୀତିକାର ନିର୍ମଳ ନାୟକ।କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ନାଭ୍ୟା, ଅଭିଜିତ ମଜୁମଦାର ଓ ଅନନ୍ୟା ଶ୍ରୀତମ ନନ୍ଦ..ମିଡ଼ିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠ

Leave A Reply

Your email address will not be published.