ମୁକ୍ତିଲାଭ କଲା ପ୍ରେମ ହେଲାଣି ମ୍ୟୁଜିକ ଭିଡ଼ିଓ

0

ଭୁବନେଶ୍ୱର (ଆମ ଟିଭି): ଅଜିତ କୁମାର ଫିଲ୍ମ୍ସ ବ୍ୟାନରରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଅଜିତ କୁମାର ପାତ୍ରଙ୍କ ମ୍ୟୁଜିକ ଭିଡ଼ିଓ “ପ୍ରେମ ହେଲାଣି” ମୁକ୍ତିଲାଭ କରିଛି l ଭୁବନେଶ୍ୱର ପଟିଆ ନିକଟସ୍ଥ କ୍ରିଷ୍ଟାଲ କୋର୍ଟୟାର୍ଡ଼ ଠାରେ ଅନେକ ଦର୍ଶକ, ପ୍ରଶଂସକ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଅଭିନେତା, ଅଭିନେତ୍ରୀ ଏବଂ ସାମ୍ବାଦିକ ବନ୍ଧୁମାନଙ୍କ ଗହଣରେ ଏହି ମ୍ୟୁଜିକ ଭିଡ଼ିଓ “ପ୍ରେମ ହେଲାଣି” ମୁକ୍ତିଲାଭ କରିଛି l ଏହି ମ୍ୟୁଜିକ ଭିଡ଼ିଓର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସମ୍ବିତ କୁମାର ମହାନ୍ତି l କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଏବଂ ଅନନ୍ୟା ଶ୍ରୀତମ ନନ୍ଦ କଣ୍ଠଦାନ କରିଛନ୍ତି l

ନାୟକ ଜଗଜିତ ଜେନା (ଜ୍ୟାକ୍) ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିର ନାୟିକା ବନ୍ୟା ଅଗ୍ରୱାଲ ଏହି ମ୍ୟୁଜିକ ଭିଡ଼ିଓ ରେ ଅଭିନୟ କରିଛନ୍ତି l ଚିତ୍ରତ୍ତୋଳନ କରନ ହଂସ୍କାର ଏବଂ ସମ୍ପାଦନା କରିଛନ୍ତି ଦେବ ରାଥୋଡ଼ l ସାକ୍ରେଡ଼ ଭିଜନ ଆଣ୍ଡ ଅଜିତ କୁମାର ଫିଲ୍ମ୍ସ ର ପ୍ରଯୋଜନାରେ ଏହି ମ୍ୟୁଜିକ ଭିଡ଼ିଓ ମୁକ୍ତିଲାଭ କରିଛି l ପ୍ରେମ ହେଲାଣି ମ୍ୟୁଜିକ ଭିଡ଼ିଓଟି ରାଜ୍ୟର ୬ଟି ସହରର ଅତୀବ ମନୋରମ ସ୍ଥାନମାନଙ୍କରେ ସୁଟିଂ ହୋଇଛି l ପୂର୍ବରୁ ଏହି ପ୍ରଯୋଜନା ସଂସ୍ଥାରେ ମୁକ୍ତିଲାଭ କରିଥିବା ୫ଟି ମ୍ୟୁଜିକ ଭିଡ଼ିଓ ବେଶ ଲୋକପ୍ରିୟତା ହାସଲ କରିସାରିଛି l ସମସ୍ତ ମ୍ୟୁଜିକ ଭିଡ଼ିଓ ଅଜିତ କୁମାର ଫିଲ୍ମ୍ସ ୟୁଟୁବ ଚାନେଲ ରେ ଦେଖିବାକୁ ପାଇବେ l

Leave A Reply

Your email address will not be published.